ଆଇଏଲଏସ ନିର୍ଦ୍ଦେଶକଙ୍କ ସୂଚନା, ରାଜ୍ୟରେ ଆଗକୁ କମିବ କୋରୋନା ସଂକ୍ରମଣ, ଶୀତ ଦିନ ପାଇଁ ସତର୍କ ରହିବାକୁ ଆହ୍ୱାନ

ଭୁବନେଶ୍ୱର- ରାଜ୍ୟରେ ଆଗକୁ କୋରୋନା ସଂକ୍ରମଣ କମିବ ବୋଲି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା ସୂଚନା ଦେଇଛନ୍ତି । ପରିଡା କହିଛନ୍ତି ଯେ, ସେପଟେମ୍ବର ୨୫ରୁ ସଂକ୍ରମଣ ହ୍ରାସ ପାଇଛି । ସେପଟେମ୍ବର ୧୧ରୁ ୨୫ ଯାଏଁ ସଂକ୍ରମଣ ୪ ହଜାର ୨୦୦ ଯାଇଥିଲା । ହେଲେ ଆଗକୁ ଶୀତ ଦିନ ଆସୁଥିବାରୁ ଅଧିକ ସତର୍କ ରହିବାକୁ ହେବ ବୋଲି କହିଛନ୍ତି ଆଇଏଲଏସ୍ ନିର୍ଦ୍ଦେଶକ । ଶୀତ ଦିନରେ ଥଣ୍ଡା ହେଲେ ସଂକ୍ରମଣ ବଢିବା ସମ୍ଭାବନା ରହିଛି । ଲୋକେ ସଚେତନ ହୋଇଥିବାରୁ ସଂକ୍ରମଣ ହାର କମିଛି । ଆଗକୁ ମଧ୍ୟ ସଚେତନ ରହିବାକୁ ପଡିବ ବୋଲି ସେ କହିଛନ୍ତି । ରାଜ୍ୟରେ ମୃତ୍ୟୁହାର ଅନ୍ୟ ରାଜ୍ୟ ତୁଳନାରେ କମ୍ ବୋଲି କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ।

Comments are closed.