ଗଡଜାତ ଗାନ୍ଧି ସାରଙ୍ଗଧର ଦାସଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଜଂଳି

ଭୁବନେଶ୍ୱର – ସମାଜବାଦୀ ଆନ୍ଦୋଳନର ବାର୍ତାବହ ତଥା ଗଡଜାତ ଗାନ୍ଧି ଭାବେ ପରିଚିତ ସାରଙ୍ଗଧର ଦାସଙ୍କ ଆଜି ଜୟନ୍ତୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତାଙ୍କୁ ଶ୍ରଦ୍ଧାଜଂଳି ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତାରେ କହିଛନ୍ତି ଯେ, ସାରଙ୍ଗଧରଙ୍କ ନେତୃତ୍ୱରେ ରାଜ୍ୟରେ ପ୍ରଜା ମଣ୍ଡଳ ଆନ୍ଦୋଳନ ଏକ ଜନ ଆନ୍ଦୋଳନର ରୂପ ନେଇଥିଲା । ଏଥିସହ ସମାଜର ନିରାଶ୍ରୟ, ନିଷ୍ପେସିତ ଲୋକଙ୍କ ଉନ୍ନତି ଲାଗି ଜୀବନବ୍ୟାପୀ ସେ କରିଥିବା ଉଦ୍ୟମ ତାଙ୍କୁ ସର୍ବଦା ସ୍ମରଣୀୟ କରି ରଖିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments are closed.