ଦାଦାବଟି ମାଗୁଥିବା ଅଭିଯୋଗରେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ପୁଣି ଗିରଫ

ଭୁବନେଶ୍ୱର- ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ପୁଣି ଥରେ ଗିରଫ ହୋଇଛି । ଦାଦାବଟି ଆଦାୟ କରୁଥିବା ଅଭିଯୋଗରେ ରାଜାକୁ ଗିରଫ କରାଯାଇଛି । ମାର୍କେଟ ବିଲଡିଂ ପରିସରରେ ଥିବା ଦୋକାନରୁ ରାଜା ଆଚାର୍ଯ୍ୟ ବଟି ମାଗୁଥିବା ଅଭିଯୋଗ ହୋଇଥିଲା ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି । ପୋଲିସ କହିବାନୁଯାୟୀ ସରକାରୀ ଜମିରେ ବେଆଇନ ଭାବେ ଯେଉଁମାନେ ଘର କରୁଥିଲେ ବା ଘର କରି ରହୁଥିଲେ, ସେମାନଙ୍କୁ ରାଜା ଧମକ ଚମକ ଦେଇ ଦାଦାବଟି ଆଦା କରୁଥିଲା । ୨୦ ହଜାର ଲେଖାଏଁ ଦାଦା ବଟି ଆଦାୟ କରୁଥିଲା ବୋଲି ପୋଲିସ କହିଛି । ରାଜା ପୋଲିସ ପାଇଁ କେବଳ ଜଣେ ଅପରାଧୀ । ତା ନାଁରେ ଅନେକ ଅପରାଧ ମାମଲା ରହିଛି । ଲୋକେ ରାଜା ଭଳି ଅପରାଧୀକୁ ନ ଡରି ସେମାନଙ୍କ ବିରୋଧରେ ଅଭିଯୋଗ କରନ୍ତୁ ବୋଲି ପୋଲିସ ଆହ୍ୱାନ ଦେଇଛି ।

ଉଲ୍ଲେଖେଯାଗ୍ୟ ଯେ, ଟ୍ୱିନ ସିଟିରେ କମିଶନରେଟ ପୋଲିସ ପକ୍ଷରୁ ‘ଦାଦାବଟିକୁ ନା’ ଅଭିଯାନ ଆରମ୍ଭ କରାଯାଇଛି । ଏଥିପାଇଁ ଏକ ଟାସ୍କ ଫୋର୍ସ ଗଠନ ହୋଇଛି । କେହି ବଟି ମାଗିଲେ ତୁରନ୍ତ ପୋଲିସକୁ ସୂଚନା ଦେବା ପାଇଁ ଅପିଲ୍ କରିଛି ପୋଲିସ ।

Comments are closed.