ଋଷିୟ କୋରୋନା ଟିକା ‘ସ୍ପୁଟନିକ –ଭି’ ର ଭାରତରେ ମାନବ ପରୀକ୍ଷଣ ପାଇଁ ଡକ୍ଟର ରେଡିସକୁ ମିଳିଲା ଡିଜିସିଆଇ ଅନୁମତି

ଭୁବନେଶ୍ୱର- ଭାରତର ଆନ୍ତର୍ଜାତିକ ଫାର୍ମାସିଟ୍ୟୁକାଲ କଂପାନି ଡକ୍ଟର ରେଡିସ୍‌କୁ ଋଷିଆରେ କୋରୋନା ଟିକା ସ୍ପୁଟନିକ୍ ଭିର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ପାଇଁ ଅନୁମତି ମିଳିଛି । ଡ୍ରଗ କଂଟ୍ରୋଲର ଜେନେରାଲ୍ ଅଫ ଇଣ୍ଡିଆ –ଡିଜିସିଆଇ ,ଏଥିନିମନ୍ତେ ଡକ୍ଟର ରେଡିସ୍‌କୁ ଅନୁମତି ଦେଇଛି । ଭାରତରେ କୋରୋନା ଟିକା ସ୍ପୁଟନିକ- ଭିର କ୍ଲିନିକାଲ ଟ୍ରାଏଲ ଓ ବିତରଣ ପାଇଁ ସହଯୋଗ କରିବାକୁ ସେପଟେମ୍ବର ୧୬ ତାରିଖରେ ଋଷିଆର ଡାଇରେକ୍ଟ ଇନଭେଷ୍ଟ ଫଣ୍ଡ୍ -ଆରଡିଏଫ୍ ଓ ଡକ୍ଟର ରେଡିସ୍ ଲାବ୍ରୋଟେରୀ ମଧ୍ୟରେ ବୁଝାମଣା ହୋଇଥିଲା ।

Comments are closed.