ପୁରୀ ଗସ୍ତ କରି ଶ୍ରୀମନ୍ଦିର ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ପୁରୀ – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଶ୍ରୀମନ୍ଦିର ଐତିହ୍ୟ ନିରାପତା ବଳୟରେ ଚାଲିଥିବା କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ବଡଦାଣ୍ଡରେ ପାଖାପାଖି ୩୦ ମିନିଟ କାଳ ଚାଲି ଚାଲି ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ । ଐତିହ୍ୟ କରିଡର ପରିସରରେ ଉଚ୍ଛେଦ ସ୍ଥଳ ମଧ୍ୟ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ । ଲଙ୍ଗୁଳି ମଠ ସମ୍ମୁଖ ବଡଦାଣ୍ଡରେ ବସି ନକ୍ସା ଅନୁଧ୍ୟାନ କରିଥିଲେ ନବୀନ । ଶ୍ରୀଜଗନ୍ନାଥ ଐତିହ୍ୟ କରିଡରର ବିସ୍ତୃତ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଜାନୁଆରୀ ପହିଲା ସୁଦ୍ଧା ସାରିବାକୁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଧାଡି ଓ ଭିଡ ପରିଚାଳନା ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ ଏହାକୁ ଅଧିକ ମଜଭୁତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏକ ସମୟରେ ଅଧିକ ଲୋକଙ୍କ ମହାପ୍ରସାଦସେବନ ବ୍ୟବସ୍ଥାକୁ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି । ସେସୁ କଂଟ୍ରୋଲ ରୁମକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

କୋଭିଟ କଟକଣା ଯୋଗୁଁ ପତିତପାବନଙ୍କୁ ଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ । ଶ୍ରୀମନ୍ଦିର ଚାରିପାଖରେ ସଂପୂର୍ଣ୍ଣ ପରିକ୍ରମା କରିଥିଲେ ନବୀନ । ପୁରୀରେ ମୁଖ୍ୟମନ୍ତ୍ରୀ ଅବଢା ଯୋଜନାର ସମୀକ୍ଷା କରିବା ସହ ବୟସ୍କ ଓ ଦିବ୍ୟାଙ୍ଗଙ୍କ ନିରାପଦ ପରିକ୍ରମା ବ୍ୟବସ୍ଥାକୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାଛଡା ବୟସ୍କଙ୍କ ପାଇଁ ଯଥେଷ୍ଟ ବିଦ୍ୟୁତ ଚାଳିତ ଯାନ ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀଜଗନ୍ନାଥ ଐତିହ୍ୟ କରିଡରର ବିସ୍ତୃତ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଂ ଜମି ଅଧିଗ୍ରହଣ ପ୍ରକ୍ରିୟା ଜାନୁଆରୀ ପହିଲା ସୁଦ୍ଧା ସାରିବାକୁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଧାଡି ଓ ଭିଡ ପରିଚାଳନା ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ ଏହାକୁ ଅଧିକ ମଜଭୁତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏକ ସମୟରେ ଅଧିକ ଲୋକଙ୍କ ମହାପ୍ରସାଦସେବନ ବ୍ୟବସ୍ଥାକୁ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି । ସେସୁ କଂଟ୍ରୋଲ ରୁମକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ ବେଳେ ଉନ୍ନୟନ କମିଶନର, ୫-ଟି ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଡିଆଇଜି ଓ ଏସପିଙ୍କ ସମେତ ବହୁ ପଦାଧିକାରୀ ଉପସ୍ଥିତ ଥିଲେ ।

 

Comments are closed.