ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ : କୋରୋନା ମହାମାରୀ ବିରୋଧରେ ଲଢେଇ ଜାରି, ଟିକା ଆସିବା ଯାଏଁ ସତର୍କତା ଜରୁରୀ

ନୂଆଦିଲ୍ଲୀ -ଦେଶରେ ଦୈନିକ କୋରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ପ୍ରସଙ୍ଗରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ସମ୍ବୋଧନରେ ମୋଦି କହିଛନ୍ତି ଯେ, କୋରୋନାର ମୁକାବିଲା ପାଇଁ ସବୁ ପ୍ରକାର ଉଦ୍ୟମ ହୋଇଛି । ଭାରତରେ କୋରୋନା ମୁକାବିଲା ଏ ଯାବତ ସଫଳ ହୋଇଛି । ପଜିଟିଭଟିି ରେଟ୍ କମ୍ ରହିଛି । ଭାରତର ମୃତ୍ୟୁ ହାର ବିଶ୍ୱରେ କମ୍ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

କୋରୋନା ବିରୋଧରେ ଆଗକୁ ବି ଲଢେଇ ଜାରି ରହିବ । ଏହି ଲଢେଇରେ ଟିକେ ବି ଅସାବଧାନତା ଅବଲମ୍ବନ କରିବା ଉଚିତ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଟିକା ନ ଆସିଲା ଯାଏଁ ଆମେ ସମସ୍ତେ କୋଭିଡ କଟକଣା ମାନିବାକୁ ପଡିବ ବୋଲି ମୋଦି ନିଜ ସମ୍ବୋଧନରେ କହିଛନ୍ତି ।

କୋରୋନା ମୁକାବିଲା ଜମା କୋହଳ ହେବାକୁ ଦିଆଯିବ ନାହିଁ । ବିଶ୍ୱ ସମେତ ଭାରତରେ ବି ଟିକା ପ୍ର୍‌ସ୍ତୁତି ପ୍ରକ୍ରିୟା ଚାଲିିଛି । ଟିକା ପ୍ରସ୍ତୁତ ହେଲା ପରେ ସବୁ ନାଗରିକଙ୍କୁ ଏହା ଯୋଗାଇ ଦେବାକୁ ଚେଷ୍ଟା କରାଯିବ । କୋରୋନା ସଚେତନତା ପ୍ରସାର ପାଇଁ ଗଣମାଧ୍ୟମକୁ ଅପିଲ କରିଛନ୍ତି ମୋଦି । କୋରୋନା ବିରୋଧୀ ଲଢେଇରେ ସଂପୂଣ୍ଣ ର୍ ସଫଳତା ମିଳିବା ଦରକାର ବୋଲି ମୋଦି କହିଛନ୍ତି । ଲକ୍‌ଡାଉନ ହଟିଛି ସିନା, ଭାଇରସ ଯାଇ ନାହିଁ ବୋଲି ସେ କହିଛନ୍ତି । ପାର୍ବଣ ସମୟରେ ଆମକୁ ଏ କଥା ଭୁଲିବାକୁ ହେବ ନାହିଁ ବୋଲି ଚେତେଇଛନ୍ତି ପ୍ରଧାନମନ୍ତ୍ରୀ ।

Comments are closed.