ଦାଦାବଟି ଆଦାୟ ବିରୋଧରେ ଅଭିଯୋଗ ପାଇଁ ହେଲପଲାଇନ୍ ନମ୍ବର ଜାରି କଲେ ଡିଜିପି ଅଭୟ

ଭୁବନେଶ୍ୱର – ଦାଦା ବଟି ଆଦାୟ ବିରୋଧରେ ଅଭିଯୋଗ କରିବା ପାଇଁ ସାଧାରଣ ଲୋକଙ୍କ ନିମନ୍ତେ ଏକ ହେଲପଲାଇନ ନମ୍ବର ଜାରି କରିଛନ୍ତି ଓଡିଶା ଡିଜିପି ଅଭୟ । ଭୁବନେଶ୍ୱର ଓ କଟକ ସହର ପାଇଁ ଜାରି ହୋଇଥିବା ନମ୍ବର ଉଦ୍ଦିଷ୍ଟ । ହେଲପଲାଇନ୍ ନମ୍ବର ହେଲା – ୯୯୩୮୯୧୦୦୦୦ । ଏହି ଉତ୍ସର୍ଗୀକୃତ ହେଲପଲାଇନ ନମ୍ବର ଜରିଆରେ ଦାଦାବଟି ଆଦାୟ ସଂପର୍କିତ ଅଭିଯୋଗ ଓ ସୂଚନା ଗ୍ରହଣ କରାଯିବ । ନାଗରିକମାନେ ସେମାନଙ୍କର ଅଭିଯୋଗ ଟେଲିଫୋନ କଲ୍‌, ହ୍ୱାଟସଆପ୍ , ଏସଏମଏସ ଓ ଟେଲିଗ୍ରାମ ଆପ୍ ଜରିଆରେ କରିପାରିବେ । ସେମାନଙ୍କ ପରିଚୟ ଗୁପ୍ତ ରଖାଯିବ ହୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଡିଜିପି ଅଭୟ ।

ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ତଳେ ଟ୍ୱିନ୍ ସିଟି କମିଶନରେଟ୍ ପୋଲିସ ତରଫରୁ ଦାଦାବଟି ବିରୋଧୀ ଅଭିଯାନ ଆରମ୍ଭ ହୋଇଛି । ଏହାର ନାମ ରଖାଯାଇଛି ‘ଦାଦାବଟିକୁ ନା’ ।

ଅସାମାଜିକ ଲୋକଙ୍କ ଦ୍ୱାରା ଜୋର ଜବରଦସ୍ତ ଚାନ୍ଦା ଆଦାୟ ବନ୍ଦ ପାଇଁ ଏହି ପଦକ୍ଷେପ ନିଆଯାଇଛି । ଆଡିସିନାଲ ପୋଲିସ କମିଶନର ରେଖା ଲୋହାନିଙ୍କ ଅଧୀନରେ ଏକ ଦାଦାବଟି ନିରୋଧୀ ଟାସ୍କଫୋର୍ସ ଗଠନ କରାଯାଇଛି ।

Comments are closed.