୬୧ତମ ପୋଲିସ ସହିଦ ସ୍ମୃତି ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତା, କୋଭିଡ ରୋଗୀଙ୍କୁ ପ୍ଲାଜମା ଦାନ ପାଇଁ ଓଡିଶା ପୋଲିସର କାର୍ଯ୍ୟକୁ ପ୍ରଶଂସା

ଭୁବନେଶ୍ୱର-ଆଜି ହେଉଛି ୬୧ ତମ ପୋଲିସ ସହିଦ ସ୍ମୃତି ଦିବସ । ଏ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ତା ଦେଇଛନ୍ତି । ବାର୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦେଶ ପାଇଁ ସର୍ବୋଚ୍ଚ ତ୍ୟାଗ ସ୍ୱୀକାର କରିଥିବା ବୀର ପୋଲିସମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ୧୯୬୦ ମସିହାରୁ ପାଳନ କରାଯାଇଆସୁଥିବା ଏହି ଦିବସ ସମସ୍ତଙ୍କ ପାଇଁ ସ୍ମରଣୀୟ ଦିବସ । ଦେଶରେ ଅଖଣ୍ଡତା ତଥା ଶାନ୍ତି ରକ୍ଷା ସହିତ ସେବା କ୍ଷେତ୍ରରେ ଓଡିଶା ପୋଲିସ ଉଲ୍ଲେଖନୀୟ କାର୍ଯ୍ୟ କରୁଛି । ବିଶେଷ କରି ଏ ବର୍ଷ କୋଭିଡ ରୋଗୀମାନଙ୍କୁ ପ୍ଲାଜମା ଦାନ କରି ପୋଲିସ ବାହିନୀ ସର୍ବାଗ୍ରେ ରହି ଆଦର୍ଶ ସୃଷ୍ଟି କରିଛି । ଏହା ଅତ୍ୟନ୍ତ ପ୍ରଶଂସନୀୟ କାର୍ଯ୍ୟ ବୋଲି ନବୀନ ତାଙ୍କ ବାର୍ତାରେ କହିଛନ୍ତି ।

ପୋଲିସ ସହିଦ ସ୍ମୃତି ଦିବସ ଅବସରରେ ସହିଦ ପୋଲିସମାନଙ୍କୁ ଶ୍ରଦ୍ଧାଜଂଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.