ତେଲେଙ୍ଗାନା ବନ୍ୟା ରିଲିଫ ପାଇଁ ୫ କୋଟି ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ବର୍ଷା ଓ ବନ୍ୟା ପ୍ରଭାବିତ ହାଇଦ୍ରାବାଦ ଓ ତେଲେଙ୍ଗାନାର ଅନ୍ୟ କିଛି ଅଂଚଳ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତା ଘୋଷଣା କରିଛନ୍ତି । ବନ୍ୟା ପରବର୍ତୀ ରିଲିଫ ବ୍ୟବସ୍ଥା ପାଇଁ ୫ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି ନବୀନ । ଗତ ସପ୍ତାହରେ ତେଲେଙ୍ଗାନାରେ ପ୍ରବଳ ବର୍ଷା ଯୋଗୁଁ ହାଇଦ୍ରାବାଦ ଓ ଅନ୍ୟ କିଛି ଅଂଚଳରେ ବନ୍ୟା ଆସିଥିଲା । ଏଥିରେ ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ।

Comments are closed.