ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଂଟାରୀ ପରୀକ୍ଷା ଫଳ, ୧୫ ହଜାର ୨୪୪ ପରୀକ୍ଷାର୍ଥୀ ପାସ

ଭୁବନେଶ୍ୱର- ମାଟ୍ରିକ ସପ୍ଲିମେଂଟାରୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥର ମୋଟ ୨୧ ହଜାର ୪୮୭ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୧୫ ହଜାର ୨୪୪ ପରୀକ୍ଷାର୍ଥୀ ପାସ୍ କରିଛନ୍ତି । ବଡ କଥା ହେଲା, ଏ-୧ଗ୍ରେଡରେ କୌଣସି ପରୀକ୍ଷାର୍ଥୀ ପାସ କରିନାହାନ୍ତି । ଏ-୨ଗ୍ରେଡରେ ୧୦ ଜଣ, ବି-୧ ଗ୍ରେଡରେ ୧୯୫ ଜଣ ପିଲା ପାସ୍ କରିଛନ୍ତି । ବି-୨ ଗ୍ରେଡରେ ୯୩୦, ସି ଗ୍ରେଡରେ ୧ ହଜାର ୯୦୨, ଡି ଗ୍ରେଡରେ ୩ ହଜାର ୧୪୦ ଓ ଇ ଗ୍ରେଡରେ ୯ ହଜାର ୬୭ ପିଲା ପାସ୍ କରିଛନ୍ତି ।

Comments are closed.