କୋଭିଡ ପରିଚାଳନା ପାଇଁ ତିନି ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୭ କୋଟି ୬୨ ଲକ୍ଷ ଟଙ୍କା ମଞ୍ଜୁର କଲେ ନବୀନ

ଭୁବନେଶ୍ୱର- କୋଭିଡ ପରିଚାଳନା ପାଇଁ ୩ ଜିଲ୍ଲାକୁ ୭ କୋଟି ୬୨ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସମ୍ବଲପୁର ଜିଲ୍ଲାକୁ ୪ କୋଟି ୬୨ ଲକ୍ଷ, ପୁରୀକୁ ୨ କୋଟି ଟଙ୍କା ମଞ୍ଜୁର ହୋଇଛି । ସୁବର୍ଣ୍ଣପୁରକୁ ଅତିରିକ୍ତ ଭାବେ ଆଉ କୋଟିଏ ଟଙ୍କାର ପାଣ୍ଠି ମଞ୍ଜୁର ହୋଇଛି । ଏଥରକୁ ମିଶାଇ ପୁରୀକୁ ୧୬ କୋଟି ୬୦ ଲକ୍ଷ ଟଙ୍କା ମିଳିସାରିଥିବା ବେଳେ ସମ୍ବଲପୁର ଜିଲ୍ଲାକୁ ୧୬ କୋଟି ୧୩ ଲକ୍ଷ ଓ ସୁବର୍ଣ୍ଣପୁରକୁ ୩ କୋଟି ୫ ଲକ୍ଷ ମିଳିସାରିଲାଣି ।

Comments are closed.