ଡିଜିପି ଅଭୟଙ୍କ ବ୍ରହ୍ମପୁର ଗସ୍ତ : କୋଭିଡ ନିୟମ ପ୍ରବର୍ତ୍ତନର ସମୀକ୍ଷା, ଗିରିଶୋଲା ଚେକଗେଟ୍ ପରିଦର୍ଶନ

ବ୍ରହ୍ମପୁର – ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ବ୍ରହ୍ମପୁର ଗସ୍ତରେ ଆସି କୋଭିଡ ନିୟମ ପ୍ରବର୍ତ୍ତନର ସମୀକ୍ଷା କରିଛନ୍ତି । ଏଥିସହ ସେ ଲକଡାଉନ ଓ ସପ୍ତାହାନ୍ତ ସଟଡାଉନର ସଠିକ କାର୍ଯ୍ୟକାରିତା, ବର୍ଡର ଚେକପୋଷ୍ଟର କାର୍ଯ୍ୟକ୍ଷମତା ବାବଦରେ ବି ସମୀକ୍ଷା କରିଛନ୍ତି ଡିଜିପି ।

ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ କୋଭିଡ-୧୯ର ମୁକାବିଲା ପାଇଁ ପୋଲିସର ସହାୟତା ପ୍ରସ୍ତୁତିର ବି ସମୀକ୍ଷା କରିଛନ୍ତି ଡିଜିପି ଅଭୟ । ଡିଜିପିଙ୍କ ସମୀକ୍ଷା ବୈଠକରେ ଆଇନ ଶୃଙ୍ଖଳା ଏଜିଡି ଯଶୱନ୍ତ ଜେଠୱା ବି ଉପସ୍ଥିତ ଥିଲେ । ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଦକ୍ଷିଣାଂଚଳ ଡିଆଇଜି ସତ୍ୟବ୍ରତ ଭୋଇ, ବ୍ରହ୍ମପୁର ଓ ଗଂଜାମ ଏସପିଙ୍କ ସମେତ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ ।

ପରେ ଡିଜିପି, ଏଡିଜି ଆଇନ ଶୃଙ୍ଖଳା, ଦକ୍ଷିଣାଚଂଳ ଡିଆଇଜି ଓ ବ୍ରହ୍ମପୁର ଏସପିଙ୍କ ସହ ଗିରିଶୋଲା ଚେକଗେଟ୍ ପରିଦର୍ଶନ କରି ବର୍ଡର ସିଲିଂ ବ୍ୟବସ୍ଥାର ସମୀକ୍ଷା କରିଥିଲେ । ସହାନୁଭୂତି ସହ ପ୍ରଭାବୀ ଭାବେ କୋଭିଡ ନିୟମ ପ୍ରବର୍ତ୍ତନ କରିବାକୁ ବ୍ରହ୍ମପୁର ଏସପି ପୀନାକ ମିଶ୍ରଙ୍କୁ ପରାମର୍ଶ ଦେଇଛନ୍ତି ଡିଜିପି ।

Comments are closed.