ଅଗଷ୍ଟ ମାସର ବନ୍ୟା କ୍ଷୟକ୍ଷତି : କେନ୍ଦ୍ର ସରକାରଙ୍କୁ ୧ ହଜାର ୫୬୯ କୋଟି ୫୧ ଲକ୍ଷ ଟଂକା ସହାୟତା ମାଗିଲେ ରାଜ୍ୟ ସରକାର

ଭୁବନେଶ୍ୱର- ଗତ ଅଗଷ୍ଟ ମାସରେ ହୋଇଥିବା ବର୍ଷା ଓ ବନ୍ୟାଜନିତ କ୍ଷୟକ୍ଷତି ବାବଦରେ ରାଜ୍ୟ ସରକାର କେନ୍ଦ୍ରକୁ ୧ ହଜାର ୫୬୯ କୋଟି ୫୧ ଲକ୍ଷ ଟଙ୍କାର ସହାୟତା ଲୋଡିଛନ୍ତି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟନିର୍ବାହୀ କମିଟି ବୈଠକରେ ଏହି ସହାୟତା ଦାବି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏହା ପରେ କେନ୍ଦ୍ର ସରକାରଙ୍କୁ ସ୍ମାରକପତ୍ର ପଠାଯାଇଛି ।

ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଅଫିସରୁ ମିଳିଥିବା ସୂଚନା ଅନୁସାରେ ରିଲିଫ ଓ ଭିତିଭୂମି ପୁନରୁଦ୍ଧାର ବାବଦରେ ୭୧୫ କୋଟି ୯୧ ଲକ୍ଷ ଟଙ୍କା, କ୍ଷୟକ୍ଷତି ବାବଦରେ ଜଳସଂପଦ ବିଭାଗର ୬୪୮ କୋଟି ୯୦ ଲକ୍ଷ ଟଙ୍କା ଓ ପୂର୍ତ ବିଭାଗର ୨୦୪ କୋଟି ୭୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ ପାଇଁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର ।

ଗତମାସ ୧୬ ଓ ୧୭ ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରାଳୟର ମିଳିତ ସଚିବଙ୍କ ନେତୃତ୍ୱରେ ଏକ କେନ୍ଦ୍ରୀୟ ପ୍ରତିନିଧି ଦଳ ରାଜ୍ୟ ଗସ୍ତ କରି ବନ୍ୟା ପ୍ରଭାବିତ ଅଂଚଳ ବୁଲି ଦେଖିଥିଲେ । ସେତେବେଳେ ପ୍ରାଥମିକ ଆକଳନ କରି ରାଜ୍ୟ ସରକାର କ୍ଷୟକ୍ଷତି ବାବଦ ୧ ହଜାର ୭୮୪ କୋଟି ୩୦ ଲକ୍ଷ ଟଙ୍କା ଓ ଏନଡିଆରଏଫ୍ ନିୟମାବଳୀ ଅନୁସାରେ ୧୧୨୪ କୋଟି ୧୦ ଲକ୍ଷ ଟଙ୍କା ଦେବାରୁ କେନ୍ଦ୍ରଠାରେ ଦାବି କରିଥିଲେ । ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନେ ଦେଇଥିବା କ୍ଷୟକ୍ଷତି ରିପୋର୍ଟ ଆଧାରରେ ରାଜ୍ୟ ସରକାର ଚୂଡାନ୍ତ ଆକଳନ କରି କେନ୍ଦ୍ରକୁ ସହାୟତା ପାଇଁ ସ୍ମାରକ ପତ୍ର ଦେଇଛନ୍ତି ।

Comments are closed.