ଉତ୍ସବ ସମୟରେ ସ୍ଥାନୀୟ ସାମଗ୍ରୀ କିଣିବା ଉପରେ ଜୋର୍ ଦେଲେ ମୋଦି, ଯବାନଙ୍କ ପାଇଁ ଦୀପଟିଏ ଜାଳିବାକୁ ଆହ୍ୱାନ

ନୂଆଦିଲ୍ଲୀ – ମନ କି ବାତ୍ ରେଡିଓ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୋଦି କହିଛନ୍ତି ଯେ, ଦଶହରା କେବଳ ଅସତ୍ୟ ଉପରେ ସତ୍ୟର ବିଜୟ ନୁହେଁ,ବରଂ ସଂକଟ ଉପରେ ବିଜୟର ଉତ୍ସବ । ଉତ୍ସବରେ ଲୋକେ ସ୍ଥାନୀୟ ସାମଗ୍ରୀ କିଣିବା ଉପରେ ପୁଣି ଥରେ ଜୋର୍ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହିତ ପ୍ରଧାନମନ୍ତ୍ରୀ ଦେଶର ସୀମାରେ ମୁତୟନ ବୀର ଯବାନଙ୍କ ସାହସିକତାକୁ ମନେ ପକାଇ ସେମାନଙ୍କ ପାଇଁ ଦୀପଟିଏ ଜାଳିବାକୁ ଦେଶବାସୀଙ୍କୁ ନିବେଦନ କରିଛନ୍ତି । ନିଜ ଉଦବୋଧନରେ ପ୍ରଧାନମନ୍ତ୍ରୀ ମେକ୍ସିକୋର ଜଣେ ଯୁବକଙ୍କ କଥା ଉଲ୍ଲେଖ କରିଥିଲେ । ସଂପୃକ୍ତ ଯୁବକ ମାର୍କ ବ୍ରାଉନ ଗାନ୍ଧିଜୀଙ୍କ ଆଦର୍ଶରେ ଏତେ ପ୍ରଭାବିତ ହୋଇଥିଲେ ଯେ, ମେକ୍ସିକୋର ଓହାକା ସହରରେ ସେ ଖଦିକାମ ଆରମ୍ଭ କରିଦେଇଥିଲେ ।

Comments are closed.