ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ କ୍ରିକେଟ ଦଳ ଘୋଷିତ : ଆହତ ଯୋଗୁଁ ସବୁ ଦଳରୁ ରୋହିତ ବାଦ୍‌, ଟି-୨୦ ଦଳରେ ସଂଜୁ ସାମସନ, ମୟଙ୍କ ଅଗ୍ରୱାଲ ଓ ବରୁଣ ଚକ୍ରବର୍ତୀ

ମୁମ୍ବାଇ – ଆସନ୍ତା ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ କ୍ରିକେଟ ଦଳ ଘୋଷଣା କରାଯାଇଛି । ଟ୍ୱେଂଟି ଟ୍ୱେଂଟି, ଏକଦିବସୀୟ ଓ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଆହତ ହୋଇଥିବା ଯୋଗୁଁ ଓପ୍ନର ରୋହିତ ଶର୍ମା କୌଣସି ଦଳରେ ସ୍ଥାନ ପାଇନାହାନ୍ତି । ତାଙ୍କର ଫିଟନେସ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଟି-୨୦ ଦଳରେ ରାଜସ୍ଥାନ ରୟାଲସର ସଂଜୁ ସାମସନ ଓ କେକେଆର୍ ସ୍ପିନର ବରୁଣ ଚକ୍ରବର୍ତୀ ସ୍ଥାନ ପାଇଛନ୍ତି । ରିଷଭ ପନ୍ତ କେବଳ ଟେଷ୍ଟ୍ ଦଳରେ ସ୍ଥାନ ପାଇଛନ୍ତି । ମୟଙ୍କ ଅଗ୍ରୱାଲଙ୍କୁ ମଧ୍ୟ ଟି-୨୦ ଦଳରେ ସ୍ଥାନ ମିଳିଛି । କୋହଲୀ ଅଧିନାୟକ ଓ କେ.ଏଲ ରାହୁଲ ଉପଅଧିନାୟକ ରହିଛନ୍ତି ।

ଏକଦିବସୀୟ ଦଳରେ ମଧ୍ୟ ରିଷଭ ପନ୍ତ ସ୍ଥାନ ପାଇନାହାନ୍ତି । ଏକଦିବସୀୟ ସିରିଜରେ କେ.ଏଲ ରାହୁଲ ଉପଅଧିନାୟକ ରହିବା ସହ ୱିକେଟ ରକ୍ଷକର ଦାୟିତ୍ୱ ତୁଲାଇବେ । ମୟଙ୍କ ଅଗ୍ରୱାଲଙ୍କୁ ମଧ୍ୟ ଏହି ଦଳରେ ସ୍ଥାନ ମିଳିଛି ।

ଘୋଷିତ ହୋଇଥିବା ଟେଷ୍ଟ ଦଳରେ ଶୁଭମନ ଗିଲ୍‌ଙ୍କୁ ସ୍ଥାନ ମିଳିଛି । ଟେଷ୍ଟ ଦଳରେ ୱିକେଟ କିପର ବ୍ୟାଟସମ୍ୟାନ ଭାବେ ଉଭୟ ରିଷଭ ପନ୍ତ ଓ ରିଦ୍ଧିମାନ ଶାହ ସ୍ଥାନ ପାଇଛନ୍ତି । ପେସର ମହମ୍ମଦ ସିରାଜଙ୍କୁ ମଧ୍ୟ ଟେଷ୍ଟ ଦଳରେ ସ୍ଥାନ ମିଳିଛି । ଅଜିଙ୍କ୍ୟ ରାହାଣେ ଉପଅଧିନାୟକ ହୋଇଛନ୍ତି । ଉଭୟ ରୋହିତ ଶର୍ମା ଓ ଈଶାନ୍ତ ଶର୍ମାଙ୍କ ଫିଟନେଓ ଉପରେ ନଜର ରଖିବ ବିସିସିଆଇ ।

Comments are closed.