ହାଥ୍ରସ ଗଣଦୁଷ୍କର୍ମ ଓ ହତ୍ୟା ମାମଲା : ସିବିଆଇ ଯାଂଚ ତଦାରଖ ପାଇଁ ଆଲାହାବାଦ ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ – ବହୁଚର୍ଚ୍ଚିତ ୟୁପି ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ମାମଲାର ସିବିଆଇ ଯାଂଚକୁ ଆଲାହାବାଦ ହାଇକୋର୍ଟ ତଦାରଖ କରିବେ । ଏହି ମାମଲାରେ ସିବିଆଇ ଯାଂଚ ଜାରି ରଖିଛି । ସାରାଦେଶରେ ଆକ୍ରୋଶ ସୃଷ୍ଟି କରିଥିବା ହାଥରସ ଗଣଦୁଷ୍କର୍ମ ମାମଲାର ସବୁ ଦିଗ ଉପରେ ଏଣିକି ଆଲାହାବାଦ ହାଇକୋର୍ଟ ହିଁ ନଜର ରଖି ନିଷ୍ପତି ନେବେ ।

ପୀଡିତାଙ୍କ ପରିବାର ଓ ସାକ୍ଷୀମାନଙ୍କୁ ସୁରକ୍ଷା ଦେବା ବାବଦରେ ମଧ୍ୟ ଆଲାହାବାଦ ହାଇକୋର୍ଟ ନିଷ୍ପତି ନେବେ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଯାଂଚର ଅଗ୍ରଗତି ନେଇ ସିବିଆଇ ମଧ୍ୟ ହାଇକୋର୍ଟରେ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି । ମାମଲାର ଶୁଣାଣି ଦିଲ୍ଲୀକୁ ସ୍ଥାନାନ୍ତର କରିବା ପାଇଁ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ ।

Comments are closed.