ଉପନିର୍ବାଚନରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ୨୮ ତିର୍ତୋଲ ଓ ୨୯ ତାରିଖରେ ବାଲେଶ୍ୱର ସଦର ଆସନରେ କରିବେ ଭର୍ଚୁଆଲ୍ ପ୍ରଚାର

ଭୁବନେଶ୍ୱର – ତିର୍ତୋଲ ଓ ବାଲେଶ୍ୱର ସଦର ବିଧାନସଭା ଆସନରେ ହେଉଥିବା ଉପନିର୍ବାଚନ ପାଇଁ ପ୍ରଚାର ଅଭିଯାନରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡିର ଷ୍ଟାର ପ୍ରଚାରକ ଭାବେ ମୁଖ୍ୟମନ୍ତ୍ରୀ ବୁଧବାର ତିର୍ତୋଲ ଓ ଆସନ୍ତା ୨୯ ତାରିଖରେ ବାଲେଶ୍ୱର ସଦର ଆସନରେ ଭର୍ଚୁଆଲ ନିର୍ବାଚନ ପ୍ରଚାର କରିବେ । ୨୯ ତାରିଖରେ ବାଲେଶ୍ୱରର ଆଇଟିଆଇ ପଡିଆ ଓ ସିନ୍ଧି କଲ୍ୟାଣ ମଣ୍ଡପରେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ପ୍ରଚାର କରିବେ । ପାର୍ଟି ସୁପ୍ରିମୋ ପ୍ରଚାରରେ ସାମିଲ ହେଉଥିବାରୁ ବିଜେଡି ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି ।

Comments are closed.