ବିଶ୍ୱରେ କୋରୋନା ମୃତ୍ୟୁସଂଖ୍ୟା ୧୧ ଲକ୍ଷ ୭୯ ହଜାରକୁ ବୃଦ୍ଧି, ଫ୍ରାନ୍ସ ଓ ଜର୍ମାନୀରେ ଚିନ୍ତା ବଢାଇଲା ମହାମାରୀର ଦ୍ୱିତୀୟ ଲହରୀ

ନ୍ୟୁୟର୍କ – ବିଶ୍ୱରେ କୋରୋନା ମୃତ୍ୟୁସଂଖ୍ୟା ୧୧ ଲକ୍ଷ ୭୯ ହଜାରକୁ ବୃଦ୍ଧି ପାଇଛି । ଏ ଯାବତ ସାରା ବିଶ୍ୱରେ କୋରୋନା ପଜିଟିଭଙ୍କ ସଂଖ୍ୟା ୪ କୋଟି ୪୭ ଲକ୍ଷରେ ପହଂଚିଲାଣି । ଏଥିରୁ ୩ କୋଟି ୨୭ ଲକ୍ଷ ଲୋକ ସୁସ୍ଥ ହୋଇସାରିଛନ୍ତି । ଆମେରିକାରେ କୋରୋନାରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ସେଠାରେ ୨ ଲକ୍ଷ ୩୩ ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ବ୍ରାଜିଲରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୮ ହଜାର ହୋଇଛି ।

ଏଣେ ୟୁରୋପ ମହାଦେଶରେ କିଛି ମାସର ଅନ୍ତରାଳ ପରେ କୋରୋନାର ଦ୍ୱିତୀୟ ଲହରୀ ଆସିଛିି । ଫ୍ରାନ୍ସ ଓ ଜର୍ମାନୀରେ ଏଥିପାଇଁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ପୁଣି ଥରେ ଲକଡାଉନ ଜାରି ପାଇଁ ଦୁଇ ଦେଶର ସରକାର ନିଷ୍ପତି ନେଇଛନ୍ତି । ଫ୍ରାନ୍ସରେ ପ୍ୟାରିସ ସମେତ ୯ଟି ସହରରେ ଆଗରୁ ଜାରି କରାଯାଇଥିବା ଲକଡାଉନ ବଳବତର ରହିଛି ।

Comments are closed.