କୋଭିଡ ଚିକିତ୍ସା ସେବା ଯୋଗାଉଥିବା ସଂସ୍ଥା ସହ ଏମଓୟୁ ଅବଧି ଡିସେମ୍ବର ୩୧ ଯାଏଁ ବୃଦ୍ଧି, ୫୦ ପ୍ରତିଶତରୁ କମ୍ ରୋଗୀ ଥିବା କେନ୍ଦ୍ରରେ କମିବ ଶଯ୍ୟା ସଂଖ୍ୟା

ଭୁବନେଶ୍ୱର- କୋଭିଡ ଚିକିତ୍ସା ସେବା ଯୋଗାଉଥିବା ସଂସ୍ଥା ସହ ବୁଝାମଣାପତ୍ରର ଅବଧି ବୃଦ୍ଧି କରାଯାଇଛି । ଡିସେମ୍ବର ୩୧ ଯାଏଁ ବୁଝାମଣାପତ୍ର-ଏମଓୟୁ ଅବଧି ବଢାଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ବୈଷୟିକ କମିଟିର ପରାମର୍ଶ କ୍ରମେ ଏହି ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । କୋଭିଡ କେନ୍ଦ୍ରରେ ସାଧାରଣ ଶଯ୍ୟାସଂଖ୍ୟା ଅଧା କମାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ୨ ସପ୍ତାହ ମଧ୍ୟରେ ୫୦ ପ୍ରତିଶତରୁ କମ୍ ରୋଗୀ ଥିବା କେନ୍ଦ୍ରରେ ଶଯ୍ୟା ସଂଖ୍ୟା ହ୍ରାସ କରାଯିବ । କୋଭିଡ ଆଇସିୟୁ ଶଯ୍ୟା, ଡାଇଲିସସି ଓ ପ୍ରସୂତି ଗୃହ ସୁବିଧା ପୂର୍ବଭଳି ଜାରି ରହିବ । ଏ ନେଇ ଉପଯୁକ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ଚିଠି ଲେଖିଛି ।

Comments are closed.