ହିଂଜିଳିରେ ଜୁଆ ଆଡ୍ଡା ଉପରେ ଚଢଉ, ୧୧ ଜୁଆଡି ଗିରଫ, ଲକ୍ଷାଧିକ ଟଙ୍କା ଜବତ

ହିଂଜିଳି – ଗଂଜାମ ଜିଲ୍ଲା ହିଂଜିଳି ଥାନା ଅନ୍ତର୍ଗତ ଲକ୍ଷ୍‌ମୀପୁର ଗାଁରେ ଏକ ଜୁଆ ଆଡ୍ଡା ଉପରେ ଚଢଉ କରିଛି ୧୧ ଜଣ ଜୁଆଡିଙ୍କୁ ଗିରଫ କରିଛି ପୋଲିସ । ଗୁରୁବାର ବିଳମ୍ବିତ ରାତିରେ ପୋଲିସ ଏହି ଆଡ୍ଡା ଉପରେ ଚଢଉ କରିଥିଲା । ହିଂଜିଳି ଥାନା ଆଇଆଇସିଙ୍କ ନେତୃତ୍ୱାଧିନ ଏକ ଟିମ୍ ଆଡ୍ଡା ଉପରେ ଚଢଉ କରି ୧୧ ଜଣଙ୍କୁ ଗିରଫ କରିବା ସହ ନଗଦ ୧ ଲକ୍ଷ ୧୩ ହଜାର ୪୩୦ ଟଙ୍କା ଜବତ କରିଛି ।

Comments are closed.