ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡ ନିକଟରୁ ୧.୧୭ କିଲୋ ବ୍ରାଉନସୁଗାର ଜବତ, ଜଣେ ଗିରଫ

ଭୁବନେଶ୍ୱର- ରାଜଧାନୀରୁ କୋଟିଏ ଟଙ୍କାର ଅଧିକ ମୂଲ୍ୟର ବ୍ରାଉନସୁଗାର ଜବତ କରାଯାଇଛି । ଶୁକ୍ରବାର ବିଳମ୍ବିତ ରାତିରେ ଏସଟିଏଫ ଟିମ୍ ବରମୁଣ୍ଡା ବସଷ୍ଟାଣ୍ଡ ନିକଟରେ ଚଢାଉ କରି ୧ କିଲୋଗ୍ରାମ ୧୭୦ ଗ୍ରାମ ଓନର ବ୍ରାଉନସୁଗାର ଜବତ କରିଛି । ଜବତ ବ୍ରାଉନସୁଗାରର ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ହେବ ବୋଲି କୁହାଯାଇଛି । ଏହି ମାମଲାରେ ଜଣକୁ ଗିରଫ କରାଯାଇଛି । ଚଳିତବର୍ଷ ଏ ପର୍ଯ୍ୟନ୍ତ ଏସଟିଏଫ୍ ୨୨ କିଲୋଗ୍ରାମ ବ୍ରାଉନସୁଗାର ଜବତ କରି ୪୫ ଜଣଙ୍କୁ ଗିରଫ କରିସାରିଛି ।

Comments are closed.