ରୂପେଲି ପରଦାର ପ୍ରଥମ ଜେମସ ବଣ୍ଡ ଅଭିନେତା ସାର ସନ୍ କନେରୀଙ୍କ ୯୦ ବର୍ଷ ବୟସରେ ଦେହାନ୍ତ

ଲଣ୍ଡନ- ରୂପେଲି ପରଦାରେ ଜେମସ ବଣ୍ଡ୍ -୦୦୭ ଚରିତ୍ରରେ ଅଭିନୟ କରି ଖ୍ୟାତି ଅର୍ଜନ କରିଥିବା ପ୍ରଖ୍ୟାତ ଅଭିନେତା ସାର୍ ସନ୍ କନେରୀଙ୍କ ଦେହାନ୍ତ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା । ପ୍ରଥମ ଅଭିନେତା ଭାବେ ସାର୍ କନେରୀ ରୂପେଲି ପରଦାରେ ବ୍ରିଟିଶ କାଳ୍ପନିକ ସ୍ପାଏ ଜେମସ ବଣ୍ଡ୍ ଭୂମିକାରେ ଅଭିନୟ କରି ବେଶ୍ ଲୋକପ୍ରିୟ ହୋଇପାରିଥିଲେ । ସାର୍ କନେରୀ ମୋଟ ୭ଟି ଫିଲ୍ମରେ ଜେମସ୍ ବଣ୍ଡ ଚରିତ୍ରରେ ଅଭିନୟ କରିଥିଲେ । ଡକ୍ଟର ନୋ, ୟୁ ଓନଲି ଲିଭ ଟ୍ୱାଇସ୍‌, ଡାଏମଣ୍ଡସ ଆର୍ ଫରଏଭର, ନେଭେର ସେ ନେଭର ଏଗେନ୍ ଭଳି ଲୋକପ୍ରିୟ ଜେମସ ବଣ୍ଡ୍ ପିଲ୍ମରେ ଅଭିନୟ କରିଥିଲେ ସନ୍ କନେରୀ । ଜେମସ ବଣ୍ଡ ଭୂମିକାରେ ଅଭିନୟ କରିଥିବା ଅଭିନେତାଙ୍କ ମଧ୍ୟରେ କନେରୀ ଥିଲେ ସବୁଠାରୁ ଲୋକପ୍ରିୟ ।

ସେ ମଧ୍ୟ ଅନେକ ହଲିଉଡ୍ ଓ ବ୍ରିିଟିଶ ଫିଲ୍ମରେ ଅଭିନୟ କରିଥିଲେ । ଦି ଅନଟଚବେଲ୍ସ ଫିଲ୍ମରେ ଜଣେ ଆଇରିସ ପୋଲିସ ଭୂମିକାରେ ଅଭିନୟ ପାଇଁ ସନ କନେରୀ ଓସ୍କାର ପୁରସ୍କାର ହାସଲ କରିଥଲେ ।

Comments are closed.