ରାଜ୍ୟରେ ବଦଳିଲା ସ୍କୁଲ୍ ଖୋଲିବା ନିର୍ଦ୍ଦେଶ, ନଭେମ୍ବର ୧୫ ପରେ ସ୍କୁଲ୍ ଖୋଲିବା ନେଇ ନିଷ୍ପତି ନେବ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ

ଭୁବନେଶ୍ୱର- ରାଜ୍ୟ ସରକାରଙ୍କ ଅନଲକ୍ ୬.୦ ଗାଇଡଲାଇନ୍ସ ଜାରି କରାଯିବା ପରେ ସ୍ୱତନ୍ତ୍ର ରିଲିଫ କମିଶନର –ଏସଆରସି ସ୍କୁଲ୍ ଖୋଲିବା ନେଇ ଏସଓପି ବଦଳାଇଥିବା ସୂଚନା ମିଳିଛି । ନଭେମ୍ବର ୧୫ ପରେ ସ୍କୁଲ୍ ଖୋଲିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତି ନେଇପାରିବ ବୋଲି କୁହାଯାଇଛି । ସବୁ ପକ୍ଷ ସହ ଆଲୋଚନା କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତି ନେବାକୁ ପରିବର୍ତିତ ଏସଓପିରେ ଦର୍ଶାଯାଇଛି ।

ତେବେ, ନଭେମ୍ବର ୩୦ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ବନ୍ଦ ନିଷ୍ପତି ଅପରିବର୍ତିତ ରହିବ । ନୂଆ ଗାଇଡଲାଇନ୍ସ ପରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ପ୍ରତିକ୍ରିୟାରେ କହିଥିଲେ ଯେ, ରାଜ୍ୟ ସରକାର କିଛି କଟକଣା ସହ ଆସନ୍ତା ନଭେମ୍ବର ୧୬ ପରେ ନବମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ୍ ଖୋଲିବାକୁ ନିଜର ଅନଲକ୍ ୬.୦ ଗାଇଡଲାଇନ୍ସରେ ସୂଚନା ଦେଇଥିଲେ । ସ୍କୁଲ୍ ଖୋଲିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରସ୍ତୁତ ହେଉଛି । ଏଥିପାଇଁ ଏସଓପି ପ୍ରସ୍ତୁତ ପାଇଁ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.