କାଶ୍ମୀର ଉପତ୍ୟକାରେ ସୁରକ୍ଷାବାହିନୀକୁ ବଡ ସଫଳତା, ଗୁଳି ବିନିମୟରେ ମଲା ହିଜବୁଲର ନୂଆ ମୁଖ୍ୟ ଡକ୍ଟର ସୈଫୁଲ୍ଲା

ଶ୍ରୀନଗର- କାଶ୍ମୀରର ରଙ୍ଗରେଥ୍ ଅଂଚଳରେ ସୁରକ୍ଷା ବାହିନୀକୁ ମିଳିଛି ବଡ ସଫଳତା । ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନର ନୂଆ ମୁଖ୍ୟ ଡକ୍ଟର ସୈଫୁଲ୍ଲା ମୀର ଓରଫ ଗାଜି ହାଇଦର ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ନିହତ ହୋଇଛି । କାଶ୍ମୀର ଆଇ.ଜି ବିଜୟ କୁମାର ସୈଫୁଲ୍ଲା ନିହତ ହୋଇଥିବା ଖବରକୁ ସ୍ପଷ୍ଟ କରିଛନ୍ତି । ଆତଙ୍କବାଦୀମାନଙ୍କ ସହ ସ୍ପେଶାଲ୍ ଅପରେସନ ଗ୍ରୁପ୍ ଓ ସିଆରପିଏଫର ମିଳିତ ଦଳ ସହ ଗୁଳିବିନିମୟ ହୋଇଥିଲା । ଏଥିରେ ନୂଆ ହିଜବୁଲ୍ ମୁଖ୍ୟ ନିହତ ହୋଇଛି । ଗତ ମେ ମାସରେ ରିୟାଜ ନାଇକୁ ନିହତ ହେଲା ପରେ ୩୧ ବର୍ଷିୟ ଡକ୍ଟର ସୈଫୁଲ୍ଲା ହିଜବୁଲ୍ ମୁଜାହିଦ୍ଦିନର ମୁଖ୍ୟ ଭାବେ ଦାୟିତ୍ୱ ନେଇଥିଲା ।

Comments are closed.