ତିର୍ତୋଲ ଓ ବାଲେଶ୍ୱର ସଦର ଆସନରେ ଉପନିର୍ବାଚନ ପାଇଁ ଥମିଲା ପ୍ରଚାର,କଡା କୋଭିଡ କଟକଣା ମଧ୍ୟରେ ଆସନ୍ତା ୩ରେ ଭୋଟ୍

ଭୁବନେଶ୍ୱର-ତିର୍ତୋଲ ଓ ବାଲେଶ୍ୱର ସଦର ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ରବିବାର ସଂଧ୍ୟା ୬ଟାରେ ପ୍ରଚାର ଶେଷ ହୋଇଛି । ଆସନ୍ତା ୩ ତାରିଖରେ ଏହି ଦୁଇଟି ଆସନରେ ଭୋଟ୍ ଗ୍ରହଣ ହେବ । ମତଦାନ ନେଇ ପ୍ରସ୍ତୁତି ସଂପର୍କରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏସ. କେ. ଲୋହାନି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ବାଲେଶ୍ୱର ସଦର ଆସନରେ ୧୮୦୦ ପୋଲିଂ କର୍ମଚାରୀ ନିୟୋଜିତ ହେବେ । ତିର୍ତୋଲ ଆସନରେ ୧ ହଜାର ୯୪୦ ପୋଲିଂ କର୍ମଚାରୀ ରହିବେ । ପ୍ରତି ବୁଥରେ ଜଣେ ଲେଖାଏଁ ଆଶକର୍ମୀ ନିୟୋଜିତ ହେବେ । ଆଶକର୍ମୀଙ୍କ ସହ ଜଣେ ଲେଖାଏଁ ସ୍ୱେଚ୍ଛାସେବୀ ବି ରହିବେ । କୋଭିଡ ନିୟୟମ ପାଳନ ହେଉଛି କି ନାହିଁ, ତାହା ସେମାନେ ଦେଖିବେ । ଏମାନେ ମତଦାନ କେନ୍ଦ୍ର ବାହାରେ ରହି ମତଦାତାଙ୍କର ତାପମାତ୍ରା ମାପିବେ । ମତଦାନ ସମୟରେ ପୋଲିଂ ବୁଥ୍‌ରେ ପୋଲିଂ ଅଫିସରଙ୍କ ସମେତ ୪ ଜଣ ରହିବେ । ମୁଖ୍ୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି ଯେ, ନିୟମ ଉଲ୍ଲଂଘନ ନେଇ ୫୨ଟି ମାମଲା ରୁଜୁ ହୋଇଛି । ୧୧ ହଜାର ୨୦୫ ଲିଟର ମଦ ଜବତ ହୋଇଛି ।

Comments are closed.