ରାଜଧାନୀରେ ଆଜିଠାରୁ ପୁଣି ‘ଆହାର’

ଭୁବନେଶ୍ୱର- କୋରୋନା ମହାମାରୀ ପାଇଁ ଏହି ବର୍ଷ ମାର୍ଚ୍ଚ ମାସରୁ ବନ୍ଦ କରିଦିଆଯାଇଥିବା ଭୁବନେଶ୍ୱରର ବିଭିନ୍ନ ଆହାର କେନ୍ଦ୍ର ଆଜିଠାରୁ ପୁଣି ଖୋଲୁଛି । ରାଜଧାନୀର ୪ଟି ହସପିଟାଲ୍ ନିକଟରେ ଥିବା ଆହାର କେନ୍ଦ୍ରଗୁଡିକ ଚାଲୁଥିଲା । ଆଜିଠୁ ସହରର ପ୍ରମୁଖ ସ୍ଥାନରେ ଥିବା ବାକି ଆହାର କେନ୍ଦ୍ରଗୁଡିକ ଖୋଲିବ । ବରମୁଣ୍ଡା ବସଷ୍ଟାଣ୍ଡ୍‌, ନୂଆପଲ୍ଲୀ, ୟୁନିଟ-୨, ମାଳିସାହି, କଳ୍ପନା ଛକ, ମଂଚେଶ୍ୱର, ମାଷ୍ଟରକ୍ୟାଂଟିନରେ ଥିବା ଆହାର କେନ୍ଦ୍ର ଆଜିଠୁ ଖୋଲୁଛି ।

 

Comments are closed.