ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ପୁଣି ୧୫ ଶହରୁ ତଳେ, ଦିନକରେ ୧୩୮୯ ନୂଆ ଆକ୍ରାନ୍ତ

ଭୁବନେଶ୍ୱର- ରାଜ୍ୟରେ ଦିନକରେ ୧ ହଜାର ୩୮୯ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୧ ହଜାର ୩୮୯ ଓ ସ୍ଥାନୀୟ ଅଂଚଳରୁ ୫୯୧ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୨, କଟକ ଜିଲ୍ଲାରୁ ୧୦୧, ସୁନ୍ଦରଗଡରୁ ୧୦୦, କେନ୍ଦ୍ରାପଡାରୁ ୮୦, ବରଗଡରୁ ୭୧, ବଲାଙ୍ଗିରରୁ ୭୦, ଅନୁଗୁଳରୁ ୬୯, ବାଲେଶ୍ୱରରୁ ୫୯, ନୂଆପଡାରୁ ୫୯, ପୁରୀରୁ ୫୮, ମୟୂରଭଂଜରୁ ୫୫, ଜଗତସିଂହପୁରରୁ ୫୩ ଓ ଭଦ୍ରକରୁ ୫୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୧ ଆକ୍ରାନ୍ତ ।

ରାଜ୍ୟରେ ଏ ଯାବତ୍ ୨ ଲକ୍ଷ ୯୩ ହଜାର ୨୧୪ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ଏଥିମଧ୍ୟରୁ ୨ ଲକ୍ଷ ୭୭ ହଜାର ୫୬୪ ଜଣ ସୁସ୍ଥ ହୋଇସାରିଲେଣି । ବର୍ତମାନ ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ରହିଛି ୧୪ ହଜାର ୨୫୭ । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୯ କୋଭିଡ ରୋଗୀଙ୍କ ମୃତ୍ୟୁ ହୋଇଛି ।

Comments are closed.