ବେଆଇନ କାରବାର ଘୋଡାଇବା ପାଇଁ ମିଡିଆକୁ ଢାଲ କରୁଛି ଓଟିଭି : ସାଂସଦ ସସ୍ମିତ ପାତ୍ର

ଭୁବନେଶ୍ୱର- ବେଆଇନ ବ୍ୟବସାୟିକ କାର୍ଯ୍ୟକଳାପ ଓ ଏଥିରେ ସଂପୃକ୍ତ ଲୋକଙ୍କୁ ମିଡିଆ ଜରିଆରେ ଘଂଟ ଘୋଡାଇବା ଅନେକଙ୍କ ପାଇଁ ଏକ ଫ୍ୟାସନରେ ପରିଣତ ହୋଇଛି । ବେଆଇନ ଜମି କିଣା ମାମଲାରେ ଓଡିଶା ଇନଫ୍ରାଟେକ୍ ନିର୍ଦ୍ଦେଶକ ତଥା ଓଟିଭି ସିଏଫଓ ମନୋରଂଜନ ଷଡଙ୍ଗୀଙ୍କ ଗିରଫଦାରି ଏହାର ଉଦାହରଣ ।

ଜମି କେଳେଙ୍କାରୀ ଓ ମନୋରଂଜନଙ୍କ ଗିରଫଦାରି ପ୍ରସଙ୍ଗରେ ଓଟିଭିକୁ କଡା ସମାଲୋଚନା କରିଛନ୍ତି ସାଂସଦ ଡକ୍ଟର ସସ୍ମିତ ପାତ୍ର । ଏକାଧିକ ଟ୍ୱିଟ୍ ଜରିଆରେ ଓଟିଭିକୁ ସମାଲୋଚନା କରି ସସ୍ମିତ କହିଛନ୍ତି ଯେ, ଏକ ବେଆଇନ ଜମି କାରବାର ଉପରେ ପରଦା ପକାଇ ଅଯା÷କ୍ତିକ ବିବୃତି ଦେଉଛି କମ୍ପାନି ।

ବୈଜୟନ୍ତ ପଣ୍ଡାଙ୍କ ମାଲିକାନାରେ ପରିଚାଳିତ ଓଡିଶା ଇନଫ୍ରାଟେକ୍ ନିର୍ଦ୍ଦେଶକଙ୍କ ଗିରଫଦାରୀକୁ ସମାଲୋଚନା କରି ଓଟିଭିକୁ ମୁଖପାତ୍ର ଭାବେ ବ୍ୟବହାର କରିବା ଏକ ରଣକୌଶଳରେ ପରିଣତ ହୋଇଛି । ଏପରି କରି ଆଇନ ପ୍ରବର୍ତନକାରୀ ଏଜେନସୀଗୁଡିକ ଉପରେ ଚାପ ପ୍ରୟୋଗ କରାଯାଉଛି ।

ବେଆଇନ୍ କାରବାରକୁ ଲୁଚାଇବା ପାଇଁ ମିଡିଆକୁ ବ୍ୟବହାର କରାଯାଉଛି । ଖଣି ମାଲିକ ଓ ବ୍ୟବସାୟୀମାନେ ସେମାନଙ୍କ ବ୍ୟବସାୟ ବଂଚାଇବା ପାଇଁ ମିଡିଆକୁ କିଭଳି ବ୍ୟବହାର କରାଯାଇପାରିବ, ତାହା ଶିଖିବାକୁ ପଡିବ ବୋଲି ସସ୍ମିତ ଟ୍ୱିଟ୍ କରି କହିଛନ୍ତି ।

Comments are closed.