ଆମେରିକାରେ ଆଜି ୪୬ତମ ରାଷ୍ଟ୍ରପତି ନିର୍ବାଚନ : ଟ୍ରମ୍ପ ଓ ବାଇଡେନ୍‌ଙ୍କ ମଧ୍ୟରେ ଟକ୍କର

ୱାଂସିଟନ- ଆମେରିକାର ୪୬ତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ମତଦାନ ହେଉଛି । ପଦାସୀନ ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ ପୁଣି ଥରେ ରିପବ୍ଲିକାନ ପାର୍ଟି ତରଫରୁ ମୁକାବିଲାରେ ଅବତୀଣ୍ଣ ର୍ ହୋଇଛନ୍ତି । ତାଙ୍କର ପ୍ରତିଦ୍ୱନ୍ଦୀ ଅଛନ୍ତି ଡେମୋକ୍ରାଟିକ ପାର୍ଟିର ଜୋ ବାଇଡେନ୍ । ବିଭିନ୍ନ ପ୍ରାକ୍ ନିର୍ବାଚନ ସର୍ବେକ୍ଷଣରେ ବାଇଡେନ୍ ,ଟ୍ରମ୍ପଙ୍କଠାରୁ ୮ ରୁ ୧୦ ପ୍ରତିଶତ ଆଗରେ ଥିଲେ । କିନ୍ତୁ ଶେଷ ମୁହୂର୍ତରେ କିଛି ବି ବଦଳିପାରେ । ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଶୈଳୀ ଟିକେ ଅଲଗା ଓ ଜଟିଳ ।

ଜଣେ ପ୍ରାର୍ଥୀ ସର୍ବାଧିକ ପପୁଲାର ଭୋଟ୍ ପାଇଥିଲେ ମଧ୍ୟ ନିର୍ବାଚନ ଜିତିପାରିବେ ନାହିଁ । ୨୦୧୬ର ନିର୍ବାଚନ ଏହାର ଏକ ଉଦାହରଣ । ହିଲାରୀ କ୍ଲିଂଟନ ସର୍ବାଧିକ ପପୁଲାର ଭୋଟ୍ ପାଇଥିଲେ ମଧ୍ୟ ଟ୍ରମ୍ପଙ୍କଠାରୁ ପରାଜିତ ହୋଇଥିଲେ । କାରଣ ଇଲେକଟୋରାଲ କଲେଜ ଦ୍ୱାରା ହିଁ ଆମେରିକା ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି । ମୋଟ ୫୩୮ଟି ଇଲେକଟୋରାଲ୍ କଲେଜ ଭୋଟ୍ ମଧ୍ୟରୁ ୨୭୦ଟି ଭୋଟ ପାଇଥିବା ପ୍ରାର୍ଥୀ ହିଁ ନିର୍ବାଚିତ ହୁଅନ୍ତି ।

ପ୍ରତି ଚାରିବର୍ଷକୁ ଥରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହୁଏ । ନଭେମ୍ବର ପ୍ରଥମ ମଙ୍ଗଳବାର ଦିନ ଭୋଟ ଗ୍ରହଣ ହୋଇ ନିର୍ବାଚନ ଫଳ ପ୍ରକାଶ କରାଯାଏ । ଜାନୁଆରୀ ୨୦ ତାରିଖରେ ନବନିର୍ବାଚିତ ରାଷ୍ଟ୍ରପତି ଶପଥ ନିଅନ୍ତି ।

Comments are closed.