ପଟିଆ ପିନଏବି ଏଟିଏମ ଲୁଟ ଘଟଣାର ପର୍ଦ୍ଦାଫାସ କଲା କମିଶନରେଟ ପୋଲିସ, ବାହାର ରାଜ୍ୟର ଦୁଇ ଅପରାଧୀ ସଂପୃକ୍ତ, ବିଶାଖାପାଟଣାରୁ ରିମାଣ୍ଡରେ ଆଣିବାକୁ ଉଦ୍ୟମ

ଭୁବନେଶ୍ୱର- ରାଜଧାନୀର ପଟିଆ ସ୍ଥିତ ପିଏନବି ଏଟିଏମ୍ ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ପ୍ରେସମିଟରେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି ଯେ, ସିସିଟିଭି ଫୁଟେଜରୁ ୨ ଜଣ ଅପରାଧୀ ଥିବା ଜଣାପଡିଥିଲା । ସେମାନେ କୋଲକାତାରୁ ଆସି ଏକ ହୋଟେଲରେ ରହିଥିଲେ । ଲୁଟ୍ ଟଙ୍କାକୁ ବିଟ୍ କଏନରେ ବିନିଯୋଗ କରିଛନ୍ତି ଲୁଟେରା । ଦୁଇ ଅଭିଯୁକ୍ତ ହେଲେ ପଂଜାବର ସମରଜିତ୍ ସିଂହ ଓ କେରଳର ଜାଫର ଅଲ୍ଲୀ ।

ସ୍କୁଟିରେ ଆସି ଗ୍ୟାସ କଟରରେ ପଟିଆ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍ ଏଟିଏମ କାଟି ୨୭ ଲକ୍ଷ ୮୬ ହଜାର ଟଙ୍କା ଲୁଟ୍ କରିଥିଲେ ଦୁଇ ଅପରାଧୀ । ଏମାନଙ୍କୁ ବିଶାଖାପାଟଣାରେ ଗିରଫ କରାଯାଇଛି । କିନ୍ତୁ ଅନ୍ୟ ମାମଲାରେ ଜେଲରେ ଅଛନ୍ତି । ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଲୁଟ୍ ଟଙ୍କା ଜବତ କରାଯିବା ପାଇଁ ଉଦ୍ୟମ ହେଉଛି ବୋଲି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି ।

Comments are closed.