ଓଡିଶାର ଶିବକାଶୀ ଆସ୍କା ନଳବଂଟାରେ ବେଆଇନ୍ ବାଣ ନିର୍ମାଣ ୟୁନିଟ ଉପରେ ପୋଲିସର ଚଢଉ, ୭୦ ଲକ୍ଷ ଟଙ୍କାର ବାଣ ଜବତ, ୩ ଗିରଫ

ଭୁବନେଶ୍ୱର- ବାଣ ନିର୍ମାଣ ପାଇଁ ରାଜ୍ୟରେ ପରିଚିତ ଗଞ୍ଜାମ ଜିଲ୍ଲା ଆସ୍କାର ନଳବଂଟରେ ପୋଲିସ ପକ୍ଷରୁ ଚଢାଉ କରାଯାଇଛି । ଆସ୍କା ପୋଲିସ ପକ୍ଷରୁ ସେଠାରେ ଥିବା ବେଆଇନ୍ ବାଣ ନିର୍ମାଣ ୟୁନିଟରେ ଚଢାଉ କରାଯାଇଥିଲା ।

ପ୍ରାୟ ୭୦ ଲକ୍ଷ ଟଙ୍କାର ବାଣ ଜବତ କରାଯାଇଛି । ତିନି ଟ୍ରକ୍ ବାଣ ଜବତ କରାଯିବା ସହ ତିନି ଜଣଙ୍କୁ ଗିରଫ କରିଛି ପୋଲିସ । ଅନ୍ୟ ୧୨ ଜଣ ଖସି ପଳାଇଛନ୍ତି । କୋଭିଡ ସ୍ଥିତିକୁ ଦେଖି ରାଜ୍ୟ ସରକାର ନଭେମ୍ବର ୧୦ରୁ ୩୦ ତାରିଖ ମଧ୍ୟରେ ବାଣର ବିକ୍ରି ଓ ବ୍ୟବହାର ଉପରେ ନିଷେଧାଦେଶ ଜାରି କରିଛନ୍ତି ।

Comments are closed.