ଏସସି,ଏସଟି ପିଲାଙ୍କ ପାଇଁ ରାଜ୍ୟରେ ମାଟ୍ରିକ ପରବର୍ତୀ ସ୍କଲାରସିପରେ ପରିବର୍ତନ ହେବ ନାହିଁ

ଭୁବନେଶ୍ୱର- ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । ରାଜ୍ୟରେ ଏସସି/ଏସଟି ପିଲାଙ୍କ ଛାତ୍ରବୃତି ରାଶ ହ୍ରାସ ହେବ ନାହିଁ । ପ୍ରଚଳିତ ହାରରେ ହିଁ ସେମାନେ ମାଟ୍ରିକ ପରବର୍ତୀ ଛାତ୍ରବୃତି ପାଇବେ । ବୃତି ରାଶି କମାଇବା ନିଷ୍ପତି ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ମାଟ୍ରିକ ପରବର୍ତୀ ବୃତି ସଂପର୍କିତ ଫାଇଲର ବିଶଦ ଅନୁଧ୍ୟାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନବୀନ ।

Comments are closed.