ମଧ୍ୟପ୍ରଦେଶ ଉପନିର୍ବାଚନ: ଶିବରାଜ ସରକାରର ହେବ ଭାଗ୍ୟ ନିର୍ଦ୍ଧାରଣ

ଭୋପାଳ – ମଧ୍ୟପ୍ରଦେଶର ୨୮ ଟି ବିଧାନସଭା ଆସନ ପାଇଁ ହୋଇଥିବା ଉପ-ନିର୍ବାଚନ ପାଇଁ ଭୋଟ ଗଣନା ଆରମ୍ଭ ହୋଇଛି।

୧୯ ଟି କେନ୍ଦ୍ରରେ ଭୋଟ୍ ଗଣନା ଚାଲିଛି । ଏହି ୨୮ ଟି ଆସନର ଫଳାଫଳ ମଧ୍ୟପ୍ରଦେଶରେ ଶିବରାଜ ସିଂ ଚୌହାନ ସରକାରର ଭବିଷ୍ୟତ ନିର୍ଦ୍ଧାରଣ କରିବ । ସୂଚନାଯୋଗ୍ୟ, ମାର୍ଚ୍ଚରେ ଜ୍ୟୋତିରାଦିତ୍ୟ ସିନ୍ଦିଆ ୨୨ ଜଣ ବିଧାୟକଙ୍କ ସହ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ । ପରେ ଆଉ ତିନିଜଣ ବିଧାୟକ ମଧ୍ୟ ବିଜେପିରେ ଯୋଗ ଦେଇଥିଲେ। ଏହାଛଡା ତିନିଜଣ ବିଧାୟକଙ୍କ ମୃତ୍ୟୁ ପରେ ତିନୋଟି ସିଟ୍ ଖାଲି ପଡିଥିଲା।

ଆଜିର ଗଣନା ନା କେବଳ ବିଜେପି ସରକାରକୁ ବଞ୍ଚାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ, ଏହା ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ , ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଏବଂ ରାଜ୍ୟସଭା ସଦସ୍ୟ ଜ୍ୟୋତିରାଦିତ୍ୟ ସିନ୍ଦିଆଙ୍କ ରାଜନୈତକ ଭବିଷ୍ୟତ ମଧ୍ୟ ସ୍ଥିର କରିବ।

Comments are closed.