ଉପନିର୍ବାଚନ ଗଣତି : ଉଭୟ ତିର୍ତୋଲ ଓ ବାଲେଶ୍ୱର ସଦର ଆସନରେ ବିଜେଡି ଆଗୁଆ

ଭୁବନେଶ୍ୱର- ତିର୍ତୋଲ ଆସନରେ ହୋଇଥିବା ଉପନିର୍ବାଚନର ଭୋଟ୍ ଗଣତି ଜାରି ରହିଛି । ୨୦ତମ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୬୬ ହଜାର ୭୦୬ ଭୋଟ ପାଇଛନ୍ତି। ବିଜେପି ପ୍ରାର୍ଥୀ ୩୬ ହଜାର ୯୬୬ ଓ କଂଗ୍ରେସ ପ୍ରାର୍ଥୀ ୧୫ ହଜାର ୮୭୭ ଭୋଟ୍ ପାଇଛନ୍ତି ।

ବାଲେଶ୍ୱର ସଦର ଆସନରେ ମଧ୍ୟ ବିଜେଡି ଆଗୁଆ ରହିଛି । ନବମ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ସ୍ୱରୂପ ଦାଶ , ନିକଟତମ ପ୍ରତିଦ୍ୱନ୍ଦୀ ମାନସ ଦତଙ୍କଠାରୁ ଆଗରେ ଅଛନ୍ତି । ବିଜେଡି ପ୍ରାର୍ଥୀ ୩୩ ହଜାର ୬୧୫ ଭୋଟ୍ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୨୯ ହଜାର ୦୫୭ ଓ କଂଗ୍ରେସ ପ୍ରାର୍ଥୀ ୨ ହଜାର ୧୯୭ ଭୋଟ୍  ପାଇଛନ୍ତି ।

Comments are closed.