ପାର୍ସଲ ବୋମା ପରେ ପୁଣି ପାଟଣାଗଡରେ ଚାଂଚଲ୍ୟ, ବନ୍ଦ ଘରୁ ମିଳିଲା ଗୋଟିଏ ପରିବାରର ୬ ମୃତଦେହ

ବଲାଙ୍ଗିର- ପାର୍ସାଲ ବୋମା ଘଟଣାର ସ୍ମୃତି ନ ଲିଭୁଣୁ ବଲାଙ୍ଗିର ଜିଲ୍ଲା ପାଟଣାଗଡରେ ଆଉ ଏକ ଚାଂଚଲ୍ୟକର ଓ ଦୁଃଖଦ ଘଟଣା ଘଟିଛି । ପାଟଣାଗଡ ସଅଁରାପଡାରେ ବନ୍ଦ ଘରୁ ଗୋଟିଏ ପରିବାରର ୬ ଜଣଙ୍କ ମୃତଦେହ ମିଳିଛି ।

ଏହି ଘଟଣା ସ୍ଥାନୀୟ ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି । ପୋଲିସ ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନା ଅନୁସାରେ ସବୁ ମୃତଦେହ କମ୍ବଳରେ ଘୋଡାହୋଇଥିବା ଅବସ୍ଥାରେ ଘରେ ପଡିରହିଥିଲା । ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସମସ୍ତଙ୍କୁ କେହି ରାତିରେ ହତ୍ୟା କରିଥାଇପାରେ ବୋଲି ସନ୍ଦେହ କରାଯାଉଛି ।

Comments are closed.