ବଦଳିବ ରାଜଧାନୀର ୯ ପ୍ରମୁଖ ରାସ୍ତାର ଡିଜାଇନ୍ ,ପଥଚାରୀ ଓ ସାଇକେଲ ଚାଳକଙ୍କ ଯାତାୟତ ହେବ ସୁଗମ

ଭୁବନେଶ୍ୱର- ଯାତାୟତ ସୁବିଧା ପାଇଁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମଟେଡ୍ ( ବିଏସସିଏଲ ) ଓ ରାଜ୍ୟ ପୂର୍ତ ବିଭାଗ ମିଳିତ ଭାବେ ଏକ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ସିଟିଜ୍ ଯୋଜନାରେ ଭୁବନେଶ୍ୱର ସ୍ମାର୍ଟ ସିଟିରେ ବିଭିନ୍ନ ରାସ୍ତାର ନବକଳେବର କରାଯିବ ।

ରାଜଧାନୀର ୯ଟି ପ୍ରମୁଖ ରାସ୍ତାର ମୋଟ ୧୬. ୬ କିଲୋମିଟର ଅଂଶର ବିକାଶ କରାଯିବ । ଗାଡିମୋଟର ଚଳାଚଳ କରୁଥିବା ଲେନ୍ ଛଡା ଏହାର ପାଶ୍ୱର୍ରେ ଥିବା ଖାଲି ସ୍ଥାନକୁ ପଥଚାରୀ ଓ ସାଇକେଲ୍ ଚାଳକମାନଙ୍କ ଲାଗି ବିକଶିତ କରାଯିବ । ଯାହା ଫଳରେ ସେମାନଙ୍କ ଯାତାୟତ ପାଇଁ କୌଣସି ଅସୁବିଧା ରହିବ ନାହିଁ । ଯୋଜନା ଅନ୍ତର୍ଗତ ସବିବାଳୟ ମାର୍ଗ, ବିଦ୍ୟୁତ ମାର୍ଗ, ରାଜପଥ, ମହାତ୍ମା ଗାନ୍ଧି ମାର୍ଗ, ଗୋପବନ୍ଧୁ ମାର୍ଗ, ମଧୁସୂଦନ ମାର୍ଗ, ଉଦ୍ୟାନ ମାର୍ଗ, ବାୟାବାବା ମଠ ମାର୍ଗ ଓ ଏକାମ୍ର ମାର୍ଗର କିଛି ଅଂଶର ଡିଜାଇନ ବଦଳିବ । ଏସବୁ ରାସ୍ତାର ପୁନଃନିର୍ମାଣ ହେଲେ ଗଛ କଟାଯିବ ନାହିଁ । ବରଂ ନୂଆ ଗଛ ଲଗାଯିବ ।

Comments are closed.