ଇକୋ ରିଟ୍ରିଟ୍ ଲୋଗୋ ଉନ୍ମୋଚନ ଓ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ୨୦୨୦-୨୧ରେ ୫ଟି ଜାଗାରେ ହେବ ଆୟୋଜନ

ଭୁବନେଶ୍ୱର- ବର୍ଷକ ତଳେ କୋଣାର୍କରେ ପ୍ରଥମ ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ୍‌ର ସଫଳତା ପରେ ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଜିଠାରୁ ତିନିମାସିଆ ଗ୍ଲାମ୍ପିଙ୍ଗ୍ ଫେଷ୍ଟିଭଲ ୨୦୨୦-୨୧ ପାଇଁ ବୁକିଂ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହାର ଲୋଗୋ ଉନ୍ମୋଚନ କରିବା ସହ ବୁକିଂର ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗତବର୍ଷ କୋଣାର୍କର ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ୍ ସଫଳତାର ସହ ଆୟୋଜନ ହୋଇଥିଲା । ଏଥର ୫ଟି ଜାଗାରେ ଇକୋ ରିଟ୍ରିଟ୍ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । କୋଣାର୍କ ସମେତ ହୀରାକୁୁଦ, ଭିତରକନିକା,ଦାରିଙ୍ଗବାଡି ଓ ସାତକୋଶିଆରେ ଆୟୋଜିତ ହେବ ଇକୋ ରିଟ୍ରିଟ୍ ଗ୍ଲାମ୍ପିଙ୍ଗ ଫେଷ୍ଟିଭଲ । ଟୁରିିଜିମ ଓ ହସପିଟାଲିଟି ସେକ୍ଟରର ସବୁ ପକ୍ଷଙ୍କୁ କୋଭିଡ ପ୍ରୋଟୋକଲ ସଂପର୍କରେ ଟ୍ରେନିଂ ଦିଆଯାଇଛି ବୋଲି ଦେଶର ପର୍ଯ୍ୟଟକଙ୍କୁ ଆଶ୍ୱାସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.