ମୁହଁ ଖୋଲିଲେ ଓରଟେଲର ପୂର୍ବତନ ଡ୍ରାଇଭର ରବି ସେଠୀ : ସାରୁଅ ଛଡା ପୁରୀରେ ବି ତାଙ୍କ ନାଁରେ ଜମି କିଣାଯାଇଥିବା ଅଭିଯୋଗ

ଭୁବନେଶ୍ୱର –ଖୋର୍ଦ୍ଧା ସାରୁଅ ଜମି ଦୁର୍ନୀତି ଅଭିଯୋଗ ମାମଲାରେ ଓରଟେଲର ପୂୂର୍ବତନ ଡ୍ରାଇଭର ରବି ସେଠୀ ଶେଷରେ ମୁହଁ ଖୋଲିଛନ୍ତି । ସେ ଚାଂଚଲ୍ୟକର ବୟାନ ଦେଇ କହିଛନ୍ତି ଯେ, ସାରୁଅ ଛଡା ପୁରୀରେ ବି ତାଙ୍କ ନାଁରେ ଜମି କିଣାଯାଇଛି । ସାରୁଅରେ ଜମି କିଣାଇଥିବା ଅଧିକାରୀମାନେ ଏଥିରେ ବି ସଂପୃକ୍ତ ଅଛନ୍ତି ବୋଲି ରବି ସେଠୀ କହିଛନ୍ତି ।

ତେବେ,କେତେବଳେ ଓ କେମିତି ଜମି କିଣାଯାଇଛି,ତାହା ସେ ଜାଣନ୍ତି ନାହିଁ ବୋଲି ରବି ସେଠୀ କହିଛନ୍ତି । ଦଳିତଙ୍କୁ ସାରୁଅ ଜମି ଫେରାଇଦେବାକୁ ସେ ଅନୁରୋଧ କରିଛନ୍ତି । ତାଙ୍କ ଭଳି ଗରିବ ଲୋକଙ୍କୁ କାହିଁକି ଜମି କିଣାରେ ବ୍ୟବହାର କରାଗଲା ବୋଲି ବୈଜୟନ୍ତ ଓ ଜଗି ମଙ୍ଗତ ପଣ୍ଡାଙ୍କୁ ପ୍ରଶ୍ନ କରିଛନ୍ତି ରବି ସେଠୀ । ଦଳିତଙ୍କ ଜମି ଜାଲିଆତି କରି କିଣିଥିବାରୁ ଉଭୟଙ୍କ ବିରୋଧରେ ସେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

Comments are closed.