ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ଅସ୍ତ୍ରଶସ୍ତ୍ର ଜବତ କଲା ପୋଲିସ

ମାଲକାନଗିରି – ମାଓ ବିରୋଧୀ କମ୍ବିଂ ଅପରେସନ ବେଳେ ମାଲକାନଗିରି ଜିଲ୍ଲା ପୋଲିସକୁ ବଡ ଧରଣର ସଫଳତା ମିଳିଛି । ସ୍ୱାଭିମାନ ଅଂଚଳରେ ଏସଓଜି, ବିଏସଏଫ ଓ ଡିଭିଏଫର ମିଳିତ ଅପରେସନ ବେଳେ ଅଣ୍ଡରାପାଲି ନିକଟରେ ହ୍ୟାଣ୍ଡ ଗ୍ରେନେଡ୍‌, ବହୁ ଥ୍ରୀ ନଟ୍ ଥ୍ରୀ ରାଇଫଲ ଓ ନାଇନ ଏମ.ଏମ୍ ଗୁଳି ଜବତ ହୋଇଛି । ମାଓବାଦୀମାନେ ଏସବୁ ଅସ୍ତ୍ରଶସ୍ତ୍ର ଲୁଚାଇ ରଖିଥିଲେ । ମାଓବାଦୀମାନେ କୌଣସି ବଡ ଧରଣର ଆକ୍ରମଣ ଷଡଯନ୍ତ୍ର କରୁଥିଲେ ବୋଲି ଅନୁମାନ କରାଯାଉଛି ।

Comments are closed.