ଦିଲ୍ଲୀ ଏମସିଡି: କଂଗ୍ରେସକୁ ଝଟକା, ଦଳର ଦୁଇ କର୍ପୋରେଟର ଆପରେ ସାମିଲ

ନୂଆଦିଲ୍ଲୀ: ଦିଲ୍ଲୀ କଂଗ୍ରେସକୁ ବଡ଼ ଝଟକା ଲାଗିଛି । ଦିଲ୍ଲୀ ମହାନଗର ନିଗମ (ଏମସିଡି) ନିର୍ବାଚନରେ ଦୁଇ ଅଙ୍କ ଛୁଇଁ ପାରିନଥିବା କଂଗ୍ରେସର ଦୁଇଜଣ କର୍ପୋରେଟର ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଛନ୍ତି। ବ୍ରଜପୁରୀର ନାଜିଆ ଖାତୁନ୍ ଏବଂ ମୁସ୍ତାଫାବାଦରୁ ଜିତିଥିବା ଶାବେଲା ବେଗମ୍ କଂଗ୍ରେସ ଛାଡି ଆମ୍ ଆଦମୀ ପାର୍ଟିରେ ସାମିଲ ହୋଇଛନ୍ତି।

ମୁସ୍ତାଫାବାଦରୁ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଦିଲ୍ଲୀ କଂଗ୍ରେସ ଉପାଧ୍ୟକ୍ଷ ଅଲି ମେହେନ୍ଦୀ ମଧ୍ୟ ଆପରେ ଯୋଗ ଦେଇଛନ୍ତି। ଏମସିଡି ନିର୍ବାଚନରେ ​​ସେ ମୁସ୍ତାଫାବାଦ ବିଧାନସଭାର ୱାର୍ଡ ନମ୍ବର ୨ ୱାର୍ଡରୁ ଜିତିଥିଲେ। ମୁସ୍ତାଫାବାଦରୁ କଂଗ୍ରେସ କର୍ପୋରେଟର ଶାବେଲା ବେଗମ୍, ବ୍ରଜପୁରୀ କର୍ପୋରେଟର ନାଜିଆ ଖାତୁନ୍ ଏବଂ ଦୁଇ ମଣ୍ଡଳ ସଭାପତି ଆମ୍ ଆଦମୀ ପାର୍ଟିରେ ସାମିଲ ହୋଇଛନ୍ତି । ଏମସିଡି ନିର୍ବାଚନରେ ​​କଂଗ୍ରେସର ୯ ଜଣ ପ୍ରାର୍ଥୀ ଜିତିଥିବାବେଳେ ଆମ୍ ଆଦମୀ ପାର୍ଟି ୧୩୪ ୱାର୍ଡ ଜିତି ସର୍ବ ବୃହତ ଦଳ ହୋଇଥିଲା। ବିଜେପିକୁ ୧୦୪ ଟି ଆସନ ମିଳିଥିଲ। ବର୍ତ୍ତମାନ କଂଗ୍ରେସର ଦୁଇଜଣ କର୍ପୋରେଟର ଯୋଗ ଦେବା ପରେ ଆମ୍ ଆଦମୀ ପାର୍ଟିର କର୍ପୋରେଟର ସଂଖ୍ୟା ୧୩୬କୁ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ କଂଗ୍ରେସର ଆସନ ସଂଖ୍ୟା ୭କୁ ଖସି ଆସିଛି ।

Comments are closed.