୨୪ ଘଂଟାରେ ରାଜ୍ୟରେ ୧ ହଜାର ୧୮ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୯୪

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟାରେ ଚିହ୍ନଟ ହୋଇଛନ୍ତି ଆଉ ୧ ହଜାର ୧୮ ନୂଆ କୋରୋନା ରୋଗୀ । ସଙ୍ଗରୋଧରୁ ୫୮୫ ଓ ସ୍ଥାନୀୟ ଅଂଚଳରୁ ୪୩୩ ଜଣ ଚିହ୍ନଟ ହୋଇଛନ୍ତି । ସବୁ କୌଣସି ଜିଲ୍ଲାରୁ ୧୦୦ରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୯୪, ମୟୂରଭଂଜ ଜିଲ୍ଲାରୁ ୮୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତୃତୀୟ ସ୍ଥାନକୁ ଖସିଛି ଖୋର୍ଦ୍ଧା । ଖୋର୍ଦ୍ଧାରୁ ମାତ୍ର ୮୩ ଜଣ ନୂଆ କୋରୋନା ଆକ୍ରାନ୍ତ ହିଁ ଚିହ୍ନଟ ହୋଇଛନ୍ତି । ବେଶ୍ କିଛି ଦିନ ପରେ ଜିଲ୍ଲାରେ ଗୋଟିଏ ଦିନରେ ୧୦୦ରୁ କମ୍ ଆକ୍ରାନ୍ତ ଚିହ୍ନ୍‌ଟ ହୋଇଛନ୍ତି । କଟକରୁ ୭୩, ବଲାଙ୍ଗିରରୁ ୬୭, ଅନୁଗୁଳରୁ ୬୫, ଜଗତସିଂହପୁରରୁ ୫୧, ସମ୍ବଲପୁରରୁ ୪୬, କଳାହାଣ୍ଡିରୁ ୪୩, ନୂଆପଡାରୁ ୪୧, ପୁରୀରୁ ୩୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ଗତ ୨୪ ଘଂଟା ମଧ୍ୟରେ ୧୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୭ ହଜାର ୪କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୨ ଲକ୍ଷ ୯୩ ହଜାର ୭୪୧ ଜଣ ସୁସ୍ଥ ହୋଇସାରିଲେଣି । ଏବେ ବି ୧୧ ହଜାର ୭୧୫ ଜଣ ଚିକିତ୍ସିତ ହେଉଛନ୍ତି ।

Comments are closed.