କଂଗ୍ରେସ ସାଂସଦ ରାଜୀବ ସତବଙ୍କ କରୋନାରେ ପରଲୋକ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ସାଂସଦ ରାଜୀବ ସତବଙ୍କ ରବିବାର ପୁଣେରେ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି । ସେ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ । ତେବେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ମୃତ୍ୟୁ ବେଳକୁ ରାଜୀବଙ୍କୁ ୪୬ ବର୍ଷ ବୟସ ହୋଇଥିଲା ।

ରାଜୀବ ଏପ୍ରିଲ ୨୨ରେ କୋଭିଡ୍ ପଜିଟିଭ୍ ହେବା ପରେ ତାଙ୍କୁ ପୁଣେର ଜାହାଙ୍ଗୀର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ରାଜୀବଙ୍କ ବିୟୋଗରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ବରିଷ୍ଠ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ବହୁ କଂଗ୍ରେସ ନେତା ଶୋକ ପ୍ରକାଶ କରିଛନ୍ତି ।

Comments are closed.