ବ୍ରହ୍ମପୁରରେ ଆସନ୍ତା ସପ୍ତାହ ସୁଦ୍ଧା କାର୍ଯ୍ୟକ୍ଷମ ହେବ ଅକ୍ସିଜେନ ପ୍ଲାଂଟ୍

ବ୍ରହ୍ମପୁର- ଆସନ୍ତା ସପ୍ତାହ ସୁଦ୍ଧା ବ୍ରହ୍ମପୁରରେ ଅକ୍ସିଜେନ ପ୍ଲାଂଟ୍ କାର୍ଯ୍ୟକ୍ଷମ ହେବ । ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସପିଟାଲରେ ଲିକ୍ୟୁଡ୍ ଅକ୍ସିଜେନ ପ୍ଲାଂଟର କାମ ସରିଛି । ସିଧାସଳଖ ପାଇପ ଯୋଗେ ଅକ୍ସିଜେନ ଯୋଗାଇ ଦିଆଯିବ । ପ୍ଲାଂଟ୍ ଚାଲୁ ହେଲେ ବିଭିନ୍ନ ସ୍ଥାନକୁ ୨ ହଜାର ସିଲିଣ୍ଡର ଯୋଗାଇ ଦିଆଯାଇପାରିବ । ପର୍ଯ୍ୟାୟକ୍ରମେ ରାଜ୍ୟର ସମସ୍ତ ଜିଲ୍ଲାରେ ଲିକ୍ୟୁଡ୍ ଅକ୍ସିଜେନ ପ୍ଲାଂଟ ହେବ ବୋଲି ଏସିଏସ୍ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ।

ସେ ଆହୁରି ବି ସୂଚନା ଦେଇଛନ୍ତି ଯେ, ଅକ୍ସିଜେନ ଉତ୍ପାନ ପ୍ଲାଂଟ କରିବା ପାଇଁ କେନ୍ଦ୍ର ସରକାର ପ୍ରସ୍ତାବ ମାଗିଲା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ତାଲିକା ପଠାଇ ଦିଆଯାଇଛି । ୩୦ଟି ଜିଲ୍ଲା, ଆଇଜିଏଚ, କ୍ୟାପିଟାଲ ହସପିଟାଲ୍ ଓ ୮ଟି ମେଡିକାଲ କଲେଜ ସମେତ ମୋଟ ୪୦ଟି ସ୍ଥାନରେ ଅକ୍ସିଜେନ୍ ପ୍ଲାଂଟ କରିବା ପାଇଁ ରାଜ୍ୟ ପକ୍ଷରୁ ତାଲିକା ଦିଆଯାଇଛି ।

Comments are closed.