ଦିଲ୍ଲୀରେ ଆଉ ସପ୍ତାହକ ପାଇଁ ବଢ଼ିଲା ଲକ୍‌ଡାଉନ୍‌

ନୂଆଦିଲ୍ଲୀ: କରୋନା ସଙ୍କଟ ମଧ୍ୟରେ ଦିଲ୍ଲୀରେ ଲକ୍‌ଡାଉନ୍ ଅବଧି ଆଉ ସପ୍ତାହେ ବୃଦ୍ଧି କରାଯାଇଛି । ରାଜଧାନୀ ନଗରୀରେ ମେ ୨୪ ସକାଳ ୫ଟା ପର୍ଯ୍ୟନ୍ତ ଲକ୍‌ଡାଉନ୍ ଜାରି ରହିବ । ଲକ୍‌ଡାଉନ୍ ସମ୍ବନ୍ଧୀୟ ଗାଇଡ୍ ଲାଇନ୍ ରେ କୌଣସି ପରିବର୍ତ୍ତନ ହୋଇନାହିଁ । ପୂର୍ବଭଳି ସବୁ କଟକଣା ଲାଗୁ ହେବ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ସୂଚନା ଦେଇଛନ୍ତି ।

କେଜ୍ରିୱାଲା କହିଛନ୍ତି ଯେ, ରାଜଧାନୀରେ କରୋନା ସଂକ୍ରମଣ କମିଛି । ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ଆଉ ୬୫୦୦ ନୂଆ ମାମଲା ଆସିଛି । ପଜିଟିଭିଟି ରେଟ୍ ଆଉ ୧% କମି ୧୦%କୁ ଖସିଛି ।

Comments are closed.