ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ: ଦିନକ ବ୍ୟବଧାନ ପରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀମାନେ ପୁଣି ପେଟ୍ରୋଲ, ଡିଜେଲ ଦର ବଢ଼ାଇଛନ୍ତି । ରବିବାର ପେଟ୍ରୋଲ ଲିଟର ପିଛା ଆଉ ୨୪ ପଇସା ବଢ଼ିଥିବା ବେଳେ ଡିଜେଲ ଦର ୨୭ ପଇସା ବୃଦ୍ଧି କରାଯାଇଛି ।

ଜାତୀୟ ରାଜଧାନୀ ଦିଲ୍ଲୀରେ ଏବେ ପେଟ୍ରୋଲ ଲିଟର ପିଛା ୯୨.୫୮ ଟଙ୍କାରେ ପହଞ୍ଚିଥିବା ବେଳେ ଡିଜେଲ ଦର ୮୩.୨୨ ଟଙ୍କା ହୋଇଛି । ଭାରତର ବାଣିଜ୍ୟିକ ରାଜଧାନୀ ମୁ୍‌ମ୍ବାଇରେ ପେଟ୍ରୋଲ ତିନି ଅଙ୍କ ନିକଟତର ହୋଇଛି । ମୁମ୍ବାଇରେ ପଟ୍ରୋଲ ଲିଟର ପିଛା ୯୮.୮୮ ଟଙ୍କା ଏବଂ ଡିଜେଲ ୯୦.୪୦ ଟଙ୍କାକୁ ବୃଦ୍ଧି ପାଇଛି ।

ଚଳିତ ସପ୍ତାହରେ ପଞ୍ଚମ ଥର ପାଇଁ ତେଲଦର ବୃଦ୍ଧି କରାଯାଇଛି । ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ ସରିବା ପରଠୁ ଏଥରକୁ ମିଶାଇ ୯ ଥର ପେଟ୍ରୋଲ-ଡିଜେଲ ଦର ବଢ଼ିଲାଣି । ଗତ ୧୦ ଦିନରେ ପଟ୍ରୋଲ ୨.୨୧ ଟଙ୍କା ଏବଂ ଡିଜେଲ ୨.୨୨ ଟଙ୍କା ମହଙ୍ଗା ହୋଇଛି ।

Comments are closed.