ବାତ୍ୟା ଅମ୍ଫାନ ପାଇଁ ଓଡିଶାକୁ ୧୨୮.୨୩ କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତା

ନୂଆଦିଲ୍ଲୀ – ବାତ୍ୟା ଅମ୍ଫାନ ଜନିତ କ୍ଷୟକ୍ଷତି ପାଇଁ ଓଡିଶାକୁ ୧୨୮ ଦଶମିକ ୨୩ କୋଟି ଟଙ୍କାର ଅତିରିକ୍ତ ଅନୁଦାନ ସହାୟତା ରାଶିକୁ ଅନୁମୋଦନ କରିଛି କେନ୍ଦ୍ର । ପୁନର୍ବାସ ଓ ଥଇଥାନ କାମ ପାଇଁ ଏହି ସହାୟତା ମିଳିବ । ଏନଡିଆରଏଫ ଅଧୀନସ୍ଥ ଏହି ସହାୟତା ରାଶି ଦିଆଯିବ ।

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ଓଡିଶା ସମେତ ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, କର୍ନାଟକ ଓ କେରଳକୁ ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟ ପାଇଁ କେନ୍ଦ୍ରୀୟ ଅନୁଦାନକୁ ଅନୁମୋଦନ କରାଯାଇଛି । ଓଡିଶା ଓ ପଶ୍ଚିମବଙ୍ଗକୁ ଅମ୍ଫାନ ପାଇଁ କେନ୍ଦ୍ରୀୟ ସହାୟତା ମିଳିବ । ମହାରାଷ୍ଟ୍ରକୁ ନିସଙ୍ଗ ବାତ୍ୟା ପାଇଁ କେନ୍ଦ୍ରୀୟ ସହୟତା ମିଳିବ । ଅନ୍ୟ ତିନିଟି ରାଜ୍ୟକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଜନିତ ବର୍ଷା ଓ ବନ୍ୟା ବିଭୀଷିକା ପାଇଁ କେନ୍ଦ୍ରୀୟ ଅନୁଦାନ ମିଳିବ ।

Comments are closed.