ମେ ଶେଷ ବା ଜୁନ ପ୍ରଥମ ସପ୍ତାହରେ ରାଜ୍ୟରେ ହ୍ରାସ ପାଇବ ସଂକ୍ରମଣ : ସ୍ୱାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ୱର- ରାଜ୍ୟରେ ଗତ କିଛି ଦିନ ହେବ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ୧୦ ହଜାରରୁ ଉପରେ ହିଁ ରହିଛି । ତେବେ, ଏଭଳି ଧାରା ଆଉ କିଛି ଦିନ ଜାରି ରହିବ । ଦୈନିକ ୧୦ରୁ ୧୨ ହଜାର ପଜିଟିଭ ସଂଖ୍ୟା ଆସନ୍ତା ୧ ସପ୍ତାହ ଯାଏଁ ରହିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର କହିଛନ୍ତି ।

ବର୍ତ୍ତମାନ ରାଜ୍ୟରେ କୋରୋନା ସଂକ୍ରମଣ ସ୍ଥିତି ପ୍ଲାଟୋ ଷ୍ଟେଜରେ ରହିଛି । ପଜିଟିଭ ରେଟ୍ ୨୦ ପ୍ରତିଶତ ରହିଛି ବୋଲି ସେ କହିଛନ୍ତି । ଆଉ ଗୋଟିଏ ସପ୍ତାହ ଏହି ପଜିଟିଭିଟି ରେଟ୍ ରହିବ । ମେ ଶେଷ ବା ଜୁନ୍ ମାସ ପ୍ରଥମ ସପ୍ତାହରେ ସଂକ୍ରମଣ ସଂଖ୍ୟା ହ୍ରାସ ପାଇବ ବୋଲି ସେ ସୂଚନା ଦେଇଛନ୍ତି ।

Comments are closed.