ଦିନକରେ ରାଜ୍ୟରେ ୧୦ ହଜାର ୭୫୭ କୋରୋନା ଆକ୍ରାନ୍ତ ଚିହ୍ନଟ, କଟକ ଜିଲ୍ଲାରୁ ସର୍ବାଧିକ ୯୭୩

ଭୁବନେଶ୍ୱର- ରାଜ୍ୟରେ ଆଉ ୧୦ ହଜାର ୭୫୭ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୬ ହଜାର ୨୪ ଓ ସ୍ଥାନୀୟ ଅଂଚଳରୁ ୪ ହଜାର ୭୩୩ ଚିହ୍ନଟ ହୋଇଛନ୍ତି ।
ଦୈନିକ ସଂକ୍ରମଣ ତାଲିକାରେ ପ୍ରଥମ ଥର ପାଇଁ କଟକ ଜିଲ୍ଲା ଶୀର୍ଷରେ ରହିଛି । କଟକ ଜିଲ୍ଲାରୁ ସର୍ବାଧିକ ୯୭୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୯୦୯, ସୁନ୍ଦରଗଡରୁ ୮୩୨, ଅନୁଗୁଳରୁ ୬୦୬ ଚିହ୍ନଟ ହୋଇଛନ୍ତି ।

ବଲାଙ୍ଗୀର ଜିଲ୍ଲାରୁ ୫୦୭, ନୂଆପଡାରୁ ୫୦୨, ସମ୍ବଲପୁରରୁ ୪୯୪, ମୟୂରଭଞ୍ଜରୁ ୪୫୪, ଭଦ୍ରକରୁ ୪୪୩, ବରଗଡରୁ ୪୦୪, ଝାରସୁଗୁଡାରୁ ୩୮୮, ନବରଙ୍ଗପୁରରୁ ୩୮୬, ବାଲେଶ୍ୱରରୁ ୩୫୪, ପୁରୀରୁ ୩୫୦, ଢେଙ୍କାନାଳରୁ ୨୮୯, କୋରାପୁଟରୁ ୨୮୨, ଯାଜପୁରରୁ ୨୮୧, ସୋନପୁରରୁ ୨୪୫, ନୟାଗଡରୁ ୨୨୭, ଜଗତସିଂହପୁରରୁ ୨୧୯, ଗଞ୍ଜାମରୁ ୨୦୯, କେନ୍ଦ୍‌ୁଝରରୁ ୨୦୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅନ୍ୟ ଜିଲ୍ଲାମାନଙ୍କ ମଧ୍ୟରେ କେନ୍ଦ୍ରାପଡାରୁ ୧୪୮, ଗଜପତିରୁ ୧୪୧, ରାୟଗଡାରୁ ୧୩୬, ବୌଦ୍ଧରୁ ୧୩୩, କଳାହାଣ୍ଡିରୁ ୧୨୫, ମାଲକାନଗିରିରୁ ୧୨୩, ଦେବଗଡରୁ ୧୦୨, କନ୍ଧମାଳରୁ ୮୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା ୬ ଲକ୍ଷ ୨୨ ୯୮୧କୁ ବୃଦ୍ଧି ପାଇଛି । ୫ ଲକ୍ଷ ୧୪ ହଜାର ୫୩୨ ସୁସ୍ଥ ହୋଇସାରିଲେଣି । ୧ ଲକ୍ଷ ୬ ହଜାର ୬୧ ଜଣ ଚିକିତ୍ସାଧୀନ ଅଛନ୍ତି ।

Comments are closed.