କରୋନା ସଙ୍କଟ: ଭାରତରେ ୨.୬୩ ଲକ୍ଷ ନୂଆ ମାମଲା, ରେକର୍ଡ ୪୩୨୯ ମୃତ

ନୂଆଦିଲ୍ଲୀ: ଭାରତରେ କ୍ରମାଗତ ଭାବେ କରୋନା ସଂକ୍ରମଣ ହ୍ରାସ ପଉଥିଲେ ମଧ୍ୟ ମୃତ୍ୟୁସଂଖ୍ୟା ବଢ଼ି ଚାଲିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୨ ଲକ୍ଷ ୬୩ ହଜାର ୫୩୩ ନୂଆ ମାମଲା ଚିହ୍ନଟ ହୋଇଛି । ଏପ୍ରିଲ ୧୯ ପରେ ଏହି ସଂଖ୍ୟା ସବୁଠୁ କମ୍ । ଏପ୍ରିଲ ୧୯ରେ ଭାରତରେ ୨ ଲକ୍ଷ ୫୯ ମାମଲା ରେକର୍ଡ କରାଯାଇଥିଲା । ତେବେ ଦୈନିକ ମୃତ୍ୟୁସଂଖ୍ୟା ଥମିବାର ନାଁ ଧରୁନାହିଁ । ଦିନକରେ ଏହି ରୋଗରେ ରେକର୍ଡ ୪୩୨୯ ଜଣଙ୍କର ମୃତ୍ୟୁ ହୋଇଛି । ଆହୁରି ୪ ଲକ୍ଷ ୨୨ ହଜାର ୪୩୬ ଜଣ ଲୋକ ମଧ୍ୟ ଏହି ରୋଗରୁ ସୁସ୍ଥ ହୋଇଛନ୍ତି ।

ଭାରତରେ କୋଭିଡ୍‌ର ମୋଟ ମାମଲା ଅଢ଼େଇ କୋଟି ଟପିଛି । ମୋଟ ମାମଲା ବୃଦ୍ଧି ପାଇ ୨ କୋଟି ୫୨ ଲକ୍ଷ ୨୮ ହଜାର ୯୯୬ରେ ପହଞ୍ଚିଛି । ଭାରତରେ କରୋନାରୁ ଏଯାବତ୍ ୨ ଲକ୍ଷ ୭୮ ହଜାର ୭୧୯ ଜଣଙ୍କ ମୃତ୍ୟୁ ହୋଇଛି । ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୨ କୋଟି ୧୫ ଲକ୍ଷ ୯୬ ହଜାର ୫୧୨ରେ ପହଞ୍ଚିଛି । ଦେଶରେ ସକ୍ରିୟ ମାମଲା ମଧ୍ୟ ଖସିବାରେ ଲାଗିଛି । ମୋଟ ସକ୍ରିୟ ମାମଲା ଏବେ ୩୩ ଲକ୍ଷ ୫୩ ହଜାର ୭୬୫ ରହିଛି ।

Comments are closed.