ରାଜ୍ୟରେ ଆଉ ୧୦ ହଜାର ୩୨୧ କୋରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୧୫୬୬, ୨୪ ଘଂଟାରେ ୨୨ ମୃତ

ଭୁବନେଶ୍ୱର- ରାଜ୍ୟରେ ଦିନକରେ ଆଉ ୧୦ ହଜାର ୩୨୧ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୫ ହଜାର ୭୭୯ ଓ ସ୍ଥାନୀୟ ଅଂଚଳରୁ ୪ ହଜାର ୫୪୨ ରୋଗୀ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୩୩ ହଜାର ୩୦୨କୁ ବୃଦ୍ଧି ପାଇଛି । ଏ ଯାଏଁ ୫ ଲକ୍ଷ ୨୬ ହଜାର ୩୫୩ ଜଣ ସୁସ୍ଥ ହୋଇସାରିଲେଣି । ୧ ଲକ୍ଷ ୪ ହଜାର ୫୩୯ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

ଗତ ୨୪ ଘଂଟାରେ ଖୋର୍ଦ୍ଧା ଜିଲ୍ଲାରୁ ୧ ହଜାର ୫୬୬, ସୁନ୍ଦରଗଡ ୮୧୯, କଟକରୁ ୭୩୧, କଳାହାଣ୍ଡିରୁ ୫୯୯, ଅନୁଗୁଳରୁ ୪୭୧, ବାଲେଶ୍ୱରରୁ ୨୬୯, ବରଗଡରୁ ୩୨୦, ଭଦ୍ରକରୁ ୩୫୦, ବଲାଙ୍ଗୀରରୁ ୨୯୧, ବୌଦ୍ଧରୁ ୨୫୦, ଦେବଗଡରୁ ୧୧୪, ଗଞ୍ଜାମରୁ ୨୦୩, ଜଗତସିଂହପୁରରୁ ୧୫୯, ଯାଜପୁରରୁ ୩୩୦, ଝାରସୁଗୁଡାରୁ ୩୧୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ଆଉ ୨୨ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ଓଡିଶାରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୨ ହଜାର ୩୫୭କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ସହ ୫ଟି ଜିଲ୍ଲାରୁ ୩ ଜଣ ଲେଖାଏଁ ରୋଗୀଙ୍କ ମୃତ୍ୟୁ ହୋଇଛି ।

Comments are closed.